ଗଜପତି: ସେପ୍ଟେମ୍ବର ୧ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

ଗଜପତି (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଓଡ଼ିଶା ଟୁଡେ): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଠାରେ ରାଷ୍ଟ୍ରୀୟ ଡ୍ରାଇଭର ମହାସଂଘ ମୋହନା ବ୍ଲକ ପକ୍ଷରୁ ସେପ୍ଟେମ୍ବର ୧ ଉପଲକ୍ଷେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୋହନା ବ୍ଲକ ର ୩୯ ପଞ୍ଚାୟତ ର ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ, ସଙ୍ଘ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ସହ ଅଡବା ଗ୍ରାମ ପରିକ୍ରମା କରାଯିବା ପରେ ସ୍ଥାନୀୟ ହାଟପଦା ଠାରେ ଏକ ବୈଠକ ର ଆୟୋଜନ କରାଯାଇଥିଲା, ଉକ୍ତ ବୈଠକ ରେ ଡ୍ରାଇଭର ମହାସଂଘ ର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କ ରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ ରେ ଗଜପତି ଜ଼ିଲ୍ଲା ଡ୍ରାଇଭର ସଙ୍ଘ ସଭାପତି ମଧୁ ସାଗର, ଉପ ସଭାପତି ବଚନ ମହାରଥୀ, ମୋହନା ବ୍ଲକ ସଭାପତି ବିଜୟ ବେହେର୍ଦ୍ଦଳାଇ, ଉପସଭାପତି ରତ୍ନା ବଳିଆରସିଂ ଙ୍କ ସମେତ ସଙ୍ଘ ର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ମାନେ ଯୋଗ ଦେଇଥିଲେ l ସେହିପରି ଆର. ଉଦୟଗିରି ବ୍ଳକ ର ମଧ୍ୟ ଡ୍ରାଇଭର ସଂଘର ସମସ୍ତ ଡ୍ରାଇଭର ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।