ହ୍ୟୁଜ ଇଣ୍ଡିଆ 200 କୋଟି ଠକେଇ ମାମଲା, ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

କଟକ: ହ୍ୟୁଜ୍ ଇଣ୍ଡିଆ ଠକେଇ ମାମଲା । ଆକ୍ସନ ମୁଡ଼ରେ କଟକ କମିଶନରେଟ ପୋଲିସ, ଆରମ୍ଭ ହେଇଛି ଗରିଫଦାରୀ । କଟକର ଦୁଇଟି ଥାନା ପୋଲିସ ଏହି ଆପ୍ଲିକେସନ ବା ଠକେଇ ରାକେଟର ଆଞ୍ଚଳିକ ପରିଚାଳକ ଓ ତାର ଜଣେ ସହଯୋଗୀକୁ ଗିରଫ କରିଛି । ଗିରଫ ହୋଇଥିବା ହ୍ୟୁଜ୍ ଆପ୍ଲିକେସନର ଆଞ୍ଚଳିକ ପରିଚାଳକ କଟକର ପାର୍ଥ ସାରଥୀ ଦାସ ଏବଂ ସହଯୋଗୀ ପ୍ରଦୀପ ଦାସକୁ ଗିରଫ କରିଛି ପୋଲିସ ।ହ୍ୟୁଜ ଇଣ୍ଡିଆ 200 କୋଟି ଠକେଇ ମାମଲା (ETV Bharat Odisha)200 କୋଟି ଠକେଇ:ସେପଟେ ମୁଖ୍ୟ ଅଭିଯୁକ୍ତ ପାର୍ଥ ସାରଥୀ ଯେଉଁ ବୟାନ ଦେଇଛି, ତାହା ପୋଲିସର ହୋସ ଉଡାଇ ଦେଇଛି । ହ୍ୟୁଜ ଆପ୍ଲିକେସନରୁ ସେ ମାସିକ ଅଢେଇ ଲକ୍ଷ ଟଙ୍କା ଦରମା ପାଉଥିଲେ ଏବଂ ଆଉ ତିନି ମାସ ପରେ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ପାଇ ମାସିକ ୭ ଲକ୍ଷ ଟଙ୍କା ଦରମା ପାଇଥାନ୍ତେ ବୋଲି କହିଛି ପାର୍ଥ । ନେଟଓ୍ବାର୍କ ମାର୍କେଟିଂ ଢାଞ୍ଚାରେ ପରିଚାଳିତ ହେଉଥିବା ଏହି ଠକେଇର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ଜଣାପଡିବା ସହ କେବଳ ଓଡ଼ିଶାରେ ୨ ଶହ କୋଟି ଟଙ୍କାରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅନୁମାନ କରି ଅଭିଯୁକ୍ତ ପାର୍ଥକୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ ।

ହ୍ୟୁଜ୍ ଇଣ୍ଡିଆ ଠକେଇ:କଟକ ଡିସିପି ଋଷିକେଶ ଡ଼ି ଖିଲାରୀ କହିଛନ୍ତି,” ବାଦାମବାଡିରେ ଘର ଭଡା ନେଇ ରହୁଥିବା ପାର୍ଥ ସାରଥୀ ଜଣେ ବାୟୁ ସେନାର ଅବସର ପ୍ରାପ୍ତ କର୍ମଚାରୀ । ଅବସର ନେବା ପରେ କଟକର ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷା କର୍ମଚାରୀ ଭାବେ କିଛି ଦିନ କାମ କରିବା ପରେ ସେ ହ୍ୟୁଜ୍ ଆପ୍ଲିକେସନ ବାଦଦର ଜାଣି ନିଜର ସହକର୍ମୀ ଟାଙ୍ଗୀର ପ୍ରଦୀପ ଦାସ ସହ ମିଶି ମଲ୍ଟି ଲେବଲ ମାରକେଟିଂ ଢାଞ୍ଚାରେ ଏହି କାରବାର ଆରମ୍ଭ କରିଥିଲା । ଚାହୁଁ ଚାହୁଁ ଏହି ଆପ୍ଲିକେସନ ସହିତ ହଜାର ହଜାର ଲୋକେ ଯୋଡି ହୋଇଗଲେ ଏବଂ ମାତ୍ର ଦିନ କେଇଟାରେ ବିନା ପରିଶ୍ରମରେ ହ୍ୟୁଜ୍ ଆପ୍ଲିକେସନରୁ ଲକ୍ଷ ଲକ୍ଷ ଟଙ୍କା ମିଳୁଥିବାରୁ ସେ ସୁରକ୍ଷାକର୍ମୀର ଚାକିରି ଛାଡିଦେଇଥିଲେ ।’କଟକ ଡିସିପି ଋଷିକେଶ ଡ଼ି ଖିଲାରୀ ଆହୁରି କହିଛନ୍ତି ‘ହ୍ୟୁଜ୍ ଆପ୍ଲିକେସନରେ ଲୋକଙ୍କୁ ଚାକିରି ଦେବା ସହିତ ମୋଟା ଅଙ୍କର କମିଶନ ମିଳିବା ଆଶା ଦେଇ ହୋଟେଲରେ କର୍ମଶାଳାମାନ ଆୟୋଜନ କରି ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ । ପାର୍ଥ ସାରଥୀ ଠାରୁ ଆରମ୍ଭ ହୋଇଥିବା ଏହି ଆପ୍ଲିକେସନର ଚେର ଓଡ଼ିଶାର ସୀମା ଡେଇଁ ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି । ତେବେ ପ୍ରାଥମିକ ତଦନ୍ତରୁ ଏହି ଆପ୍ ଜରିଆରେ କେବଳ ଓଡ଼ିଶାରୁ ୨ ଶହ କୋଟି ଟଙ୍କାରୁ ଅଧିକ ଅର୍ଥ ଠକେଇ ହୋଇଥିବାର ସୁରାକ ପାଇଛି ପୋଲିସ । ଏପରିକି ଏହି ଆପ୍ଲିକେସନ ସହିତ ଅଧିକରୁ ଅଧିକ ଲୋକଙ୍କୁ ବିଭିନ୍ନ ଉପକରଣ ମଧ୍ୟ ଉପହାର ଆକାରରେ ଦେଇଥିଲେ । “ଠକେଇର ଚେର ରାଜ୍ୟ ବାହାରକୁ ଲମ୍ବିଛି :କଟକ ଅରୁଣଦେଓ ନଗର ଠାରେ ଥିବା ଏକ ଦୋକାନରୁ ୧୫ ଲକ୍ଷ ଟଙ୍କାର ଉପକରଣ କିଣାଯାଇଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି । ତେବେ ଅଗଷ୍ଟ ୧୪ ତାରିଖ ପର ଠାରୁ ଏହି ଆପଟି ବନ୍ଦ ହୋଇଯାଇଛି । ତେବେ ଏହି ଆପଟିର ମୂଳ ଉତ୍ସ କେଉଁଠି? କିଏ ଏହାକୁ ଡିଜାଇନ କରିଥିଲା? ଏହା କେଉଁଠାରୁ ପରିଚାଳିତ ହେଉଥିଲା ? ଡିପୋଜିଟ ହେଉଥିବା ଟଙ୍କା କାହା ପାଖକୁ ଯାଉଥିଲା ? ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ଏହାରି ଭିତରେ ଘଟଣାର ଗୁରୁତ୍ବକୁ ଦେଖି ତଥ୍ୟ ପ୍ରମାଣ ସଂଗ୍ରହ କରିବା ପାଇଁ କ୍ରାଇମବ୍ରାଞ୍ଚ ଏହି ଘଟଣାକୁ ସିଧାସଳଖ ଅନୁଧ୍ୟାନ କରିବା ଆରମ୍ଭ କରିଛି । ଏହାର ଚେର ରାଜ୍ୟ ବାହାରକୁ ଲମ୍ବି ଥିବା ବେଳେ ଏତେ ବଡ଼ ଠକେଇର ମୁଖ୍ୟକୁ ବାନ୍ଧିବା ପାଇଁ କ୍ରାଇମବ୍ରାଞ୍ଚ ଯୋଜନା ପ୍ରସ୍ତୁତ କରୁଥିବା ଜଣା ପଡିଛି ।