ସରକାରୀ କ୍ୱାର୍ଟର ରେ ବେସରକାରୀ ଲୋକ

ସୋରଡ଼ା ୦୨/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍ ମେରିକୋଟ୍ ଅଞ୍ଚଳ ରୁ ଆସିଛି ଏପରି ଘଟଣା। ମେରିକୋଟ ଉଭୟ ଗଜପତି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଉପାନ୍ତ ଅଞ୍ଚଳ ।ସରକାର ଉପାନ୍ତ ଅଞ୍ଚଳ ର ଲୋକ କିପରି ସ୍ୱାସ୍ଥ୍ୟ ସେବା ପାଇବେ ସେଇଥି ପାଇ ନିର୍ମାଣ କରିଥିଲେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ କିନ୍ତୁ ସେଇ କ୍ୱାଟର ରେ ଡାକ୍ତରୀ ଟିମ୍ ରହିବା ବଦଳରେ ରହୁଛନ୍ତି କିଛି ବେସରକାରୀ ଲୋକ ।ତେବେ କିଏ ତାଙ୍କୁ ଅନୁମତି ଦେଇଛି ।କାହା ଅନୁମତି ପାଇ ସେମାନେ ସେଠାରେ ରହୁଛନ୍ତି ତାହା ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ।ତେବେ ଜଣେ ଶ୍ରମିକ କହିବା ପ୍ରକାରେ ଜଣେ ଠିକାଦାର ସେମାନଙ୍କୁ ଏକ ରାସ୍ତା କାମରେ ନିୟୋଜିତ କରିବା ସହ ସେଠାରେ ରଖିଛନ୍ତି।ତେବେ ଭଡ଼ାରେ ଲାଗିଛି ସରକାରୀ କ୍ୱାଟର ବୋଲି କିଛି ଜାଗାରେ ଚର୍ଚ୍ଚା ହୋଉଛି ।ତେବେ ଏହା ଏହା ୨୦୧୯ ମସିହା ରୁ ଉଦଘାଟନ ହୋଇଥିବା ବେଳେ ଏହି କ୍ୱାଟର ଗୁଡ଼ିକର ବର୍ତ୍ତମାନ ପର୍ଯ୍ୟନ୍ତ ବିଲ ହୋଇନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ତେବେ ଯଦି ହେଇନି କାହିଁକି ହେଇନି ନା ଡାକ୍ତରୀ ଟିମ୍ ଆଉ ଠିକାଦାର ଙ୍କ ମଧୁଚନ୍ଦ୍ରିକ ଚାଲିଛି ।ତେବେ କଣ ପଦକ୍ଷେପ ନେଉଛନ୍ତି ବିଭାଗୀୟ ଅଧିକାରୀ ତାହା ଉପରେ ଅଞ୍ଚଳ ବାସି ଙ୍କ ନଜର ରହିବ।