

ଝାରସୁଗୁଡ଼ା : ମୟୁରଭଞ୍ଜ ଜାମଦା ତହସିଲଦାର ଗିରଫ । ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି ।ସୂଚନାଯୋଗ୍ୟ, ମଧୁସ୍ମିତା ସିଂ ବେଲପାହାଡ଼ରେ କାର୍ଯ୍ୟରତ ଥିବା ବେଳେ ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା । ପ୍ରଥମେ ବେଲପାହାଡ଼ ପୋଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସାହୁକୁ ଗିରଫ କରିଥିଲେ । ଏହାପରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଆର୍ଥିକ ଅନିୟମିତତା ଯୋଗୁଁ ଭିଜିଲାନ୍ସ କୋର୍ଟରେ ମଧୁମିତା ସିଂ ଦଣ୍ଡିତ ହେବା ପରେ ୩୦ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି ।
ଏନେଇ EOW ଆଇଜି ସାର୍ଥକ ଷଡଙ୍ଗୀ କହିଛନ୍ତି, ‘EOW କେସ ନମ୍ବର ୧୨/୨୫ଆଧାରରେ BNSର ଧାରା 316 (5),3, 5ରେ ଗିରଫ କରାଯାଇଛି । ବେଲପାହାଡ଼ ଥାନାରେ ଗତ ୧୮ ଅଗଷ୍ଟରେ ବର୍ତ୍ତମାନର ବେଲପାହାଡ଼ ମ୍ୟୁନିସିପାଲିଟିର ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଅଭିଯୋଗ ଆଧାରରେ ଏକ କେସ କରି ବେଲପାହାଡ ଥାନା ପୋଲିସ ତଦନ୍ତ କରୁଥିଲା । ବେଲପାହାଡ଼ ମ୍ୟୁନିସିପାଲିଟିରେ ସରକାରୀ ଅର୍ଥ ହେରଫେର ନେଇ ଟଙ୍କା ଆତ୍ମସାତ୍ ଅଭିଯୋଗ ହୋଇଥିଲା । ତନାଘନା ବେଳେ ଜଣାପଡିଥିଲା ଯେ, ଏହା ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି କରିଥିଲେ । ତେଣୁ ମାମଲାଟି ଗତ ୨୩ ଅଗଷ୍ଟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ନିଜ ହାତକୁ ନେଇ ତନଘନା କରିଥିଲା ।’
ତନାଘନା ସମୟରେ ଜଣାପଡିଥିଲା, ଜାମଦା ତହସିଲଦାର ମଧୁସ୍ମିତା ସିଂ ତାଙ୍କ ଜାଣତରେ ଉନ୍ନତି ସ୍କିମରେ ଆସିଥିବା ସରକାରୀ ଟଙ୍କାକୁ ଅନ୍ୟ ଏକ ପ୍ରୋଜେକ୍ଟରେ ଖର୍ଚ୍ଚ କରି ଲାଇଟ କିଣାବିକା ଆଳରେ ଟଙ୍କା ହେରଫେର କରିଛନ୍ତି । ଅର୍ଥାତ୍ ଯେତିକି ଲାଇଟ୍ ଅର୍ଥାତ୍ ୨୦୦ଲାଇଟ କିଣିବା ଦର୍ଶାଇ ୧୭୧ଟି ଲାଇଟର ତଥ୍ୟ ଥିବା ୩୦ଟି ଲାଇଟର ଲଙ୍କା ଆତ୍ମସାତ ହୋଇଛି । ଯାହାକି ୨ କୋଟି ଟଙ୍କାର ଦୁର୍ନୀତିରେ ୨୨ଲଷ ଟଙ୍କାର ହେରଫେର୍ ଓ ୧୫ ଅର୍ଥ କମିଶନଙ୍କ ଜରିଆରେ ଅଳିଆ ଆବର୍ଜନା ନଷ୍ଟ କରିବା ପାଇଁ କେମିକାଲ କିଣା ବାବଦରେରେ ଅର୍ଥ ବ୍ୟୟବରାଦ ଦର୍ଶାଇ ବିନା କାଗଜ ପତ୍ରରେ ଟଙ୍କା ହେରଫେର କରାଯାଇଛି । ଅର୍ଥାତ୍ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡପ ଆତ୍ମସାତ କରିବା ଅଭିଯୋଗରେ ସରକାରୀ ଟଙ୍କାକୁ ଦୁରୁପଯୋଗ ବା ହେରଫେର ମାମଲାରେ ତାଙ୍କ ନାଁ ସମ୍ପୃକ୍ତି ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ।