କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ

କଟକ : ଗ୍ୟାଙ୍ଗଷ୍ଟର ସକିଲର ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟାର ସକିଲ୍ । କଟକ JMFCରେ ସକିଲର ଆତ୍ମସମର୍ପଣ କରିଛି । ଆରମ୍ଭ ହୋଇଛି ପାର୍ବଣ ଋତୁ । କଟକ ସହରର ଆଇନ୍ ଶୃଙ୍ଖଳାକୁ ଆଖି ଆଗରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ ।ଅନ୍ୟପଟେ ଦୁଇଦିନ ତଳେ ସକିଲର ସହଯୋଗୀ ଅବଦୁଲ କାଦ୍ଦିରକୁ ଜଣେ ବ୍ୟବସାୟକୁ ଆକ୍ରମଣ କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସକିଲ୍ ଫେରାର ଥିଲା । ଆଜି ନିଜେ ସକିଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସ୍ ସିଟି କୋର୍ଟକୁ ଆସି ଆତ୍ମସମର୍ପଣ କରିଛି ।