
ଚଣ୍ଡିଗଡ: ଆପ ବିଧାୟକଙ୍କ ଗୁଣ୍ଡାଗିରି । ପଞ୍ଜାବର ଆପ ବିଧାୟକ ହରମିତ ସିଂହ ପଠାନ ମାଜରା ପୋଲିସ କବଜାରୁ ଖସି ପଳାଇଛନ୍ତି । ସେ ପୁଲିସ ଉପରକୁ ଗୁଳି କରି ଫେରାର ହୋଇ ଯାଇଛନ୍ତି । ଆପ ବିଧାୟକ ହରମିତ ସିଂହଙ୍କୁ ଏକ ଦୁଷ୍କର୍ମ ଅପରାଧରେ ପଞ୍ଜାବ ପୋଲିସ ଗିରଫ କରିଥିଲା । ଘଟଣାର ଗୁରୁତ୍ୱକୁ ଦେଖି ଜଣେ ବରିଷ୍ଠ ପୋଲିସ ଅଫିସର ଘଟଣାର ତଦନ୍ତ କରୁଛନ୍ତି ।ମିଳିଥିବା ସୂଚନା ଅନୁସାରେ, ପଞ୍ଜାବ ପୋଲିସ ବିଧାୟକ ହରମିତଙ୍କୁ ଆଜି ହରିଆଣାରୁ ଗିରଫ କରି ଥାନାକୁ ଆଣୁଥିଲା । ରାସ୍ତାରେ ବିଧାୟକ ହରମିତ ପୋଲିସ ଉପରକୁ ଫାୟାରିଂ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମୀ ଆହତ ହୋଇଥିବା କୁହାଯାଉଛି ।କୁହାଯାଉଛି, ପଞ୍ଜାବର ସନୌର ବିଧାନସଭା କ୍ଷେତ୍ରର ଆମ ଆଦମୀ ବିଧାୟକ ହରମିତ ସିଂହ ପଠାନ ନିଜର ବିଧାନସଭା କ୍ଷେତ୍ରରେ ନିଜ ଦଳ ବିରୋଧରେ ପ୍ରଚାର କରୁଥିଲେ । ପଞ୍ଜାବ ପୋଲିସ ଆଜି (ମଙ୍ଗଳବାର) ଏକ ପୁରୁଣା ମାମଲାରେ ତାଙ୍କୁ ଗିରଫ କରିଥିଲା ।ଏହି ଗିରଫଦାରୀକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସୂଚନା ଦିଆଯାଇଥିଲା । ନିଜେ ହରମିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ଦଳ ଏକ ପୁରୁଣା ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ଆଦେଶ ଦେଇଛି ।ହରିୟାଣାରୁ ଗିରଫ ହୋଇଥିଲେ ବିଧାୟକଆପ ବିଧାୟକ ହରମିତ ସିଂହଙ୍କୁ ହରିୟାଣାର କୁରୁକ୍ଷେତ୍ରରୁ ଗିରଫ କରାଯାଇଥିଲା । ପଞ୍ଜାବ ପୋଲିସ ତାଙ୍କୁ ଗିରଫ କରି ପଞ୍ଜାବ ଆଣୁଥିଲା । ଅଧାବାଟରୁ ସେ ଫେରାର ହୋଇ ଯାଇଥିଲେ । ବିଧାୟକ କହିଛନ୍ତି, ‘ମୁଁ ପଞ୍ଜାବ ପାଇଁ ସ୍ୱର ଉଠାଇଥିଲା । ସେଥିପାଇଁ ମତେ ଏହି ଦଣ୍ଡ ମିଳିଲା । ମୁଁ ମୋ ପଞ୍ଜାବ ପାଇଁ ନିଜ ଦଳ ବିରୋଧରେ ସ୍ୱର ଉଠାଇବାରୁ ମୋ ବିରୋଧରେ ମାମଲା ରୁଜୁ କରାଗଲା । ମୁଁ ପୂର୍ବରୁ କହିଥିଲି ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’ପ୍ରଶାସନିକ ଅବବ୍ୟସ୍ଥା ବିରୋଧରେ ଭଡକିଲେପଞ୍ଜାବରେ ଦେଖା ଦେଇଥିବା ବନ୍ୟାସ୍ଥିତିକୁ ନେଇ ହରମିତ ନିଜ ସରକାର ବିରୋଧରେ ସ୍ୱର ଉଠାଇ ପଞ୍ଜାବର ସଚିବ କୃଷ୍ଣ କୁମାରଙ୍କୁ ଦହରୁ ହଟାଇବା ପାଇଁ ଦାବି କରିଥିଲେ । କୃଷ୍ଣକୁମାର କହିଥିଲେ, ବନ୍ୟା ଆସିନାହିଁ, ଏହା ସରକାରୀ ଅବହେଳା । ସରକାର ଠିକ ସମୟରେ ପଦକ୍ଷେପ ନେଇଥିଲେ ଏପରି ସ୍ଥିତି ସୃଷ୍ଟି ହୋଇ ନଥାନ୍ତା ।