
ଉଦଳା: ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ । ରାଜରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ। ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀ କଲେ ବିକ୍ଷୋଭ। ଉଦଳା -ବାଲେଶ୍ୱର ରାଜପଥର ଯଇଦା ଛକରେ ଏଭଳି ଚିତ୍ର ସାମ୍ନାକୁ ଆସିଛି ।ପୁରଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ୧୩୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି, ହେଲେ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମିଶି ଗୋଟିଏ କକ୍ଷରେ ବସି ପାଠ ପଢ଼ୁଛନ୍ତି ।ଯେଉଁଥିପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି । ଏହା ସହିତ ବିଦ୍ୟାଳୟରେ ଶୌଚାଳୟ ନାହିଁ, ପାଚେରୀ ନାହିଁ ଖାଲି ସେତିକି ନୁହେଁ ଦୁଇ ଗୋଟି ଶ୍ରେଣୀ ଗୃହ ଛାତ ରୁ କଂକ୍ରିଟ ଖସୁଛି। ଏ ବାବଦରେ ଅଭିଭାବକ ବାରମ୍ବାର ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ଯେଉଁଥି ପାଇଁ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ରାଜ ରାସ୍ତାରେ ବର୍ଷାରେ ବସି ବିକ୍ଷୋଭ କରିଛନ୍ତି । ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀ ବିକ୍ଷୋଭ କରୁଛନ୍ତି । ତୁରନ୍ତ ଅଧିକାରୀ ଆସି ସମାଧାନ ନ କରିଲେ ଏଭଳି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଆନ୍ଦୋଳନକାରି ।