ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ବିରୋଧରେ ବିଜେପିର ବଡ ଯୋଜନା, ସେପ୍ଟେମ୍ବର 25 ରୁ ହେବ ଆରମ୍ଭ

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ବିରୋଧରେ ଭାରତୀୟ ଜନତା ପାର୍ଟି କରୁଛି ଏକ ବଡ ଯୋଜନା। ବିଶେଷ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯିବ। ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ଲାଗୁ ସତ୍ବେ ଭାରତି କିପରି ନିଜର ସ୍ଥିତି ସୁଦୃଢ କରିପାରିଛି ତାହା ଲୋକଙ୍କୁ ଅବଗତ କରାଯିବ। ସେଥିପାଇଁ ଦଳ ତରଫରୁ ବାରମ୍ବାର ବୈଠକ କରି ଏକ ନିଷ୍ପତି ଗ୍ରହଣ କରାଯାଇଛି।ନିଷ୍ପତି ଅନୁସାରେ ଆସନ୍ତା 25 ତାରିଖରୁ ଡିସେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଜନ ସଚେତନତା କାର୍ଯ୍ୟକ୍ରମ। ଏଥିରେ ଦଳ ଆତ୍ମ ନିର୍ଭର ଭାରତ ସଂକଳ୍ପ ରଥଯାତ୍ରା ଅନୁଷ୍ଠିତ କରାଯିବ। ଏହି ଦେଶର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଏହି ରଥଯାତ୍ରା ମାଧ୍ୟମରେ ସେହି ଜିଲ୍ଲାର କଣ ରହିଛି ସ୍ଥାନୀୟ ଉତ୍ପାଦନ ସେ ନେଇ ପ୍ରସାର କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବ।