
ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଉତ୍ତେଜନା । ବାଣୀବିହାରର ଏକନଂ ହଷ୍ଟେଲ ଗୋପବନ୍ଧୁ ଛାତ୍ରାବାସରେ ତାଲା ପକାଇଲେ ଅଣଛାତ୍ର । ତାଲା ପକାଇ ହଷ୍ଟେଲ ୱାର୍ଡେନଙ୍କୁ ଭିତରକୁ ପଶିବାକୁ ଦେଇନଥିଲେ । ଅଣଛାତ୍ରଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇଛି ।ଗୋପବନ୍ଧୁ ଛାତ୍ରାବାସ ବାହାରେ ଅଣଛାତ୍ରଙ୍କ ବିରୋଧ ପ୍ରଦର୍ଶନ। ପ୍ରଥମେ ବିଶ୍ୱବିଦ୍ୟାଳୟ ପରିସରରୁ ବସ୍ତି ଉଚ୍ଛେଦ କରାଯାଉ । ତାପରେ ଅଣଛାତ୍ର ବାହାରିବେ ବୋଲି କହିଛନ୍ତି । ବିରୋଧ ପ୍ରଦର୍ଶନ କରି ବାଣୀବିହାରର ସମସ୍ତ ଛାତ୍ରାବାସକୁ ବିଦ୍ୟୁତ୍ ସରବରାହ ଛିନ୍ନ କରିଛନ୍ତି କିଛି ଅଣଛାତ୍ର ।କ୍ୟାମ୍ପସ ପରିସରରେ ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି କ୍ୟାମ୍ପସ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।