
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନଙ୍କୁ ଇଡି ସମନ । ଅନଲାଇନ ବେଟିଂ ଆପ ମାମଲାରେ ସମନ କରିଛି ଇଡି । ବେଟିଂ ପ୍ଲାଟଫର୍ମ 1xBet ର ପ୍ରମୋସନ ପାଇଁ ତାଙ୍କୁ ସମନ ହୋଇଛି । ଏହି ଅନଲାଇନ ବେଟିଂ ପ୍ଲାଟଫର୍ମ ଇଡି ସ୍କାନରେ ରହିଛି । ଏଥିପାଇଁ ଶିଖର ଧୱନ ୧୧ଟାରେ ଇଡି ଅଫିସରେ ପହଞ୍ଚିଛନ୍ତି ।ଶିଖର ଧୱନ ଏହି ବେଟିଂ ଆପ୍ ର ପ୍ରଚାରରେ ତାଙ୍କ ଛବି ବ୍ୟବହାର କରିଥିଲେ କି ନାହିଁ ଏବଂ ବଦଳରେ କୌଣସି ଦେୟ ନେଇଥିଲେ କି ନାହିଁ ତାହା ED ତଦନ୍ତ କରୁଛି । ଏହି ବେଆଇନ ନେଟୱାର୍କରେ ତାଙ୍କର କୌଣସି ଆର୍ଥିକ କିମ୍ବା ଅଣ-ଆର୍ଥିକ ସହଭାଗୀତା ନିଶ୍ଚିତ କରିବା ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ତଦନ୍ତ କରାଯାଉଛି ।ପୂର୍ବରୁ ଏହି ଆପ୍ ପାଇଁ ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କୁ ମଧ୍ୟ ଏହି ମାମଲାରେ ଦିଲ୍ଲୀରେ ପଚରାଉଚରା କରାଯାଇଥିଲା । ଏହି ମାମଲାରେ, ଇଡି ପୂର୍ବରୁ ଅନେକ ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂହ ଏବଂ ଯୁବରାଜ ସିଂହଙ୍କୁ ପଚରାଉଚରା କରିସାରିଛି । କିଛି ଅନ୍ୟ କମ୍ପାନୀ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ନଜରକୁ ଆସିଛି ।