ଗଜପତି: ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ଗଞ୍ଜେଇ ଜବତ

ମୋହନା (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ): ଗଜପତି ଜିଲ୍ଲା ମୋହନା ଥାନା କଲେଜ ଛକ – ତାରିଣୀ ମନ୍ଦିର ନିକଟରୁ ଏକ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ l ତେବେ ପୁଲିସ କୁ ଦେଖି ଗାଡି ରଖି ଚମ୍ପଟ ମାରିଛି ଅଭିଯୁକ୍ତ l ଘଟଣା ର ତଦନ୍ତ ଚାଲିଛି ବୋଲି ମୋହନା ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି l ବୁଧବାର ରାତିରେ ସ୍ଥାନୀୟ କଲେଜ ଛକରେ ମୋହନା ପୁଲିସ ପେଟ୍ରୋଲିଂ କରୁଥିଲା l ଏହି ସମୟରେ ଏକ ପିକଅପ ଭ୍ୟାନ ନମ୍ବର (ଓଡି ୦୭ ଏଜେ ୭୨୧୪) ରାସ୍ତାରେ ରଖିଦେଇ ଡ୍ରାଇଭର ଚମ୍ପଟ ମାରିଥିଲା l ଭ୍ୟାନରେ କିଛି କୁଣ୍ଡା ବସ୍ତା ଥିବାବେଳେ ତା ଭିତରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା l ଆର.ଉଦୟଗିରି ଏସଡ଼ିପିଓ ସୁରେଶ ତ୍ରିପାଠୀ ଙ୍କ ଉପସ୍ଥିତ ରେ ଗଞ୍ଜେଇ ଓଜନ କରାଯାଇଛି l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ l ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ପିକଅପ ଭ୍ୟାନ ଓ ଗଞ୍ଜେଇ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି l