ବେଲଗୁଣ୍ଠା: ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଜଣଙ୍କୁ ଗିରଫ କଲା ଗାଙ୍ଗପୁର ପୋଲିସ୍

ବେଲଗୁଣ୍ଠା ୦୬/୦୯, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଘରେ କେହି ନଥିବାର ସୁଯୋଗ ନେଇ ଜଣେ ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଆଜି ଜଣକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ଗିରଫ ବ୍ୟକ୍ତି ଜଣକ ହେଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଗ୍ରାମର ଭଞ୍ଜ ନାଇକ I ସୂଚନା ପ୍ରକାରେ ଗତ ମାସ ସତର ତାରିଖରେ ନାବାଳିକାଙ୍କ ମାଆ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ସ୍ଵାମୀ ଚେନାଇ ଯାଇ ମୂଲ କାମ କରନ୍ତି । ସେ ମଧ୍ୟ ନିଜ ପାଞ୍ଚ ଝିଅକୁ ନେଇ ବଡ ଭଉଣୀ ଏବଂ ମାଆଙ୍କ ସହିତ ଭୁବନେଶ୍ୱରରେ ରହି ମୂଲ କାମ କରନ୍ତି । କିଛିଦିନ ତଳେ ତାଙ୍କର ୧୩ ବର୍ଷୀୟା ନାବାଳିକା ଝିଅ ପେଟ କାଟୁଛି କହି ବାନ୍ତି କରିବାରୁ ସେ ସନ୍ଦେହ କରି ମେଡିସିନ ଦୋକାନରୁ ଗର୍ଭ ପରୀକ୍ଷା କୀଟ ଆଣି ପରୀକ୍ଷା କରିଥିଲେ I ପରୀକ୍ଷାରୁ ତାଙ୍କ ଝିଅ ଗର୍ଭବତୀ ଅଛି ଜାଣିବା ପରେ ଝିଅକୁ ପଚାରି ଜାଣିବାକୁ ପାଇଥିଲେ ଯେ , ଗତ ଜ୍ୟେଷ୍ଠ ମାସରେ ଅଭିଯୋଗକାରିଣୀ ନିଜ ପାଞ୍ଚ ଝିଅକୁ ନେଇ ତାଙ୍କ ବାପା ଘର କାଳିଆଗୁଡାକୁ ଯାଇଥିଲେ । କାଳିଆଗୁଡା ଗାଁରେ ଥିବା ସମୟରେ ଦିନେ ଖରାବେଳେ ଅଭିଯୋଗ କାରିଣୀ ଦୋକାନକୁ ଯାଇଥିବା ସମୟରେ ଘରେ ତାଙ୍କ ପାଞ୍ଚ ଝିଅ ଶୋଇଥିଲେ I ଏହି ସମୟରେ ତାଙ୍କ ବାପ ଘର ପଡ଼ୋଶୀ ପିଉସୀ ପୁଅ ଭାଇ ଭଞ୍ଜ ନାଇକ ଘରେ ପଶି ତାଙ୍କ ନାବାଳିକା ଝିଅର ପାଟିରେ କପଡ଼ା ବାନ୍ଧି ତା ସହିତ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା ଓ ତାକୁ ଧମକ ଦେଇଥିଲା ଯେ ଯଦି ସେ ଏହି କଥା କାହାକୁ କୁହେ ତାକୁ ଜୀବନରେ ମାରିଦେବ । ଏନେଇ ମହିଳା ଜଣଙ୍କ ସ୍ଵାମୀଙ୍କୁ ଫୋନରେ ଘଟଣା ବିଷୟରେ ଜଣେଇଥିଲେ I ତାଙ୍କ ସ୍ୱାମୀ ଚେନାଇରୁ ଆସିବା ପରେ ଭୁବନେଶ୍ୱର ମଞ୍ଚେଶ୍ଵର ଥାନାରେ ଲିଖିତ ଭାବରେ ଜଣେଇଥିଲେ । ଘଟଣା ଟି ଗାଙ୍ଗପୁର ଥାନା ଅଧୀନରେ ହେଇଥିବା ଯୋଗୁଁ, ମଞ୍ଚେଶ୍ଵର ଥାନା ଆଇଆଇସି ତାଙ୍କ ରିପୋର୍ଟ୍ ଉପରେ କେସ ରୁଜୁ କରି କେସକୁ ଗାଙ୍ଗପୁର ଥାନାକୁ ପଠେଇ ଦେଇଥିଲେ I ଏନେଇ ୪୯୮/୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଭଞ୍ଜ ନାଇକକୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I