
ସୋରଡ଼ା ୦୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଜୟସିଙ୍ଗ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗେଟ୍ ରେ ତାଲା ପକେଇ ଧାରଣା ରେ ବସିଲେ ଛାତ୍ରଛାତ୍ରୀ।ବାରମ୍ବାର ଏହିଭଳି ଘଟଣା ଏହି ସ୍କୁଲ ରେ ଦେଖିବାକୁ ମିଳୁଛି ତେବେ
୨୨/୧୧/୨୦୨୪ରେ ଏହି ଭଳି ଘଟଣା ଘଟିଥିଲା । ସେତେବେ ବିଇଓ ,ପୋଲିସ ସହ ଗ୍ରାମ ଲୋକଙ୍କ ସହ ଅପସ ବୁଝାମଣା ହୋଇଥିଲା କିନ୍ତୁ କୌଣସି ସମାଧାନ ବର୍ତ୍ତମାନ ସୁଦ୍ଧା ହୋଇନଥିବାରୁ ଏହି ଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି । ବିଦ୍ୟାଳୟରେ କର୍ମଚାରୀ ମଧ୍ୟରେ ଠିକ୍ ବୁଝାମଣା ରହୁନଥିବା ଯୋଗୁଁ ପିଲା ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁଥିବା କହୁଛନ୍ତି ଗ୍ରାମବାସୀ । ବର୍ତ୍ତମାନ ଘଟଣା ସ୍ଥଳରେ ଏବିଇଓ ପହଞ୍ଚି ଲୋକଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଲୋକ ମାନେ ଜିଦ୍ ଧରି ତାଲା ଖୋଲିବାକୁ ମନା କରୁଛନ୍ତି ।ପିଲା ମାନଙ୍କ କହିବା ଅନୁସାରେ ପ୍ରତିଦିନ ସେମାନଙ୍କୁ ମଧ୍ୟାର୍ଣ୍ଣ ଭୋଜନ ଠିକ୍ ରୂପେ ମିଳୁନାହିଁ । କେଉଁ ଦିନ ପାଳିଆ ଡାଲି ତ କେଉଁ ଦିନ ଗଡିଏ ଅଣ୍ଡା । ପିଲାମାନଙ୍କୁ ଡ୍ରେସ୍ ହଉ କିମ୍ବା ଅନ୍ୟ ଉପକରଣ ଠିକ୍ ରୂପେ ମିଲୁ ନଥିବା କହିଛନ୍ତି ଏହା ସହ ବିଦ୍ୟାଳୟ ରେ ଥିବା ଶୌଚାଳୟ ଅତ୍ୟନ୍ତ ଅପରିଷ୍କାର ରହୁଛି । ଗ୍ରାମବାସୀ କହିବା ଅନୁସାରେ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା କର୍ମଚାରୀ ଙ୍କ ମଧ୍ୟ ରେ ଠିକ୍ ବୁଝାମଣା ନଥିବା ଯୋଗୁଁ ପିଲା ମାନଙ୍କ ନିୟମିତ କ୍ଲାସ ହେଉନାହିଁ । ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କିଛି ସମାଧାନ ହେଉନାହିଁ କହୁଛନ୍ତି । ବର୍ତ୍ତମାନ ଗ୍ରାମବାସୀ ଙ୍କ ୫ ଟି ଦାବି ରଖିଛନ୍ତି ପ୍ରଥମ,ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ରୁ ବଦଳି କରାଯାଉ ,ଦ୍ୱିତୀୟ ପିଲା ମାନଙ୍କ ମୌଳିକ ସୁବିଧା ର ଉପଲବ୍ଧି , ତୃତୀୟ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ, ଚର୍ତୁଥ ନିୟମିତ ଓ ଠିକ୍ ରୋଷେଇ, ପଞ୍ଚମ ବିଦ୍ୟାଳୟ ରେ ଆବଶ୍ୟକ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସ୍ଥାନ ପୁରାଣ ।