ଆମ ବସ କର୍ମଚାରୀଙ୍କ ମନମାନୀ, ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ମାଡ ମାରିବା ଅଭିଯୋଗ

ଭୁବନେଶ୍ୱର : ଆମ ବସ କର୍ମଚାରୀଙ୍କ ମନମାନୀ । ଯାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ। କଳ୍ପନା ଛକରେ ବସ କର୍ମଚାରୀ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ରାଜମହଲରୁ କଳ୍ପନା ଯାଉଥିଲେ । ବସରେ ଟଙ୍କା ଦେବାକୁ ନେଇ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଉଭୟଙ୍କ ମଧ୍ୟରେ କଥା କଟାକଟି ସମୟରେ ବସର କର୍ମଚାରୀ ମାଡ ମାରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ବଡଗଡ ଥାନା ପୋଲିସ ପହଞ୍ଚି ବୁଝାସୁଝା କଥିଲା ।