
ହାଇଦ୍ରାବାଦ: ଏକା ସାଙ୍ଗେ ବଲିଉଡ ଫିଲ୍ମ ‘ବାଗୀ ୪’ ଏବଂ ‘ଦ ବେଙ୍ଗଲ ଫାଇଲ୍ସ’ ୫ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା । ‘ବାଗୀ ୪’ ଏକ ଗଣ ଆକ୍ସନ ଏବଂ ରକ୍ତପାତ ଫିଲ୍ମ, ଯେତେବେଳେ ‘ଦ ବେଙ୍ଗଲ ଫାଇଲ୍ସ’ ଏକ ସତ୍ୟ ଘଟଣାର ନରସଂହାରକୁ ଦର୍ଶାଏ । ଉଭୟ ଫିଲ୍ମ ପାଇଁ ବକ୍ସ ଅଫିସରେ କ୍ରେଜ୍ ଥିଲା ଏବଂ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ମିଳିଥିଲା । ବର୍ତ୍ତମାନ ଉଭୟ ଫିଲ୍ମ ପ୍ରଥମ ଦିନରେ ନିଜର ଜଲୱା ଦେଖାଇଥିବା ବେଳେ ମୋଟା ଅଙ୍କର କଲେକ୍ସନ ମଧ୍ୟ କରିଛନ୍ତି । ହେଲେ ‘ବାଗୀ ୪’ ପାଇଁ କିଛି ଭିନ୍ନ କ୍ରେଜ ଦେଖିବାକୁ ମିଳିଥିବା ବେଳେ ଓପନିଂ ଡେ’ରେ ଫିଲ୍ମ ବମ୍ପର କଲେକ୍ସନ କରି ‘ଦ ବେଙ୍ଗଲ ଫାଇଲ୍ସ’କୁ ପଛରେ ପକାଇଛି । ଜାଣନ୍ତୁ ‘ବାଗୀ ୪’ ଏବଂ ‘ଦ ବେଙ୍ଗଲ ଫାଇଲ୍ସ’ ପ୍ରଥମ ଦିନରେ ବକ୍ସ ଅଫିସରେ କେତେ କଲେକ୍ସନ କରିଛି ?
ବାଗୀ ୪’ ପ୍ରଥମ ଦିନର କଲେକ୍ସନ’ବାଗୀ ୪’ ପ୍ରଥମ ଦିନର କଲେକ୍ସନ ସହିତ ପ୍ରଥମ ‘ବାଗୀ’ର ଓପନିଂ କଲେକ୍ସନ ସହ ନିଜ ପୂର୍ବ ପ୍ରାଞ୍ଚାଇଜର ରେକର୍ଡ ଭାଙ୍ଗିଛି । ‘ବାଗୀ’ (୨୦୧୬) ୯.୧୪ କୋଟି ଟଙ୍କା ସହ ଓପନିଂ କରିଥିଲା ଏବଂ ସାକନିଲ୍କ ଅନୁଯାୟୀ, ‘ବାଗୀ ୪’ ୧୨ କୋଟି ଟଙ୍କା ସହ ଓପନିଂ କରିଛି । ସେହିପରି ‘ବାଗୀ 2’ ୨୫ କୋଟି ତ ‘ବାଗୀ 3’ ୧୭ କୋଟି ପ୍ରଥମ ଦିନରେ କଲେକ୍ସନ କରିଥିଲା । ହିନ୍ଦୀରେ ‘ବାଗୀ ୪’ର ଅକୁପାନ୍ସି ହାର ୨୮.୩୨ ପ୍ରତିଶତ ରହିଛି । ସକାଳ ଶୋ’ରେ ଏହାର ଅକୁପାନ୍ସି ହାର ୨୨.୧୬ ପ୍ରତିଶତ, ଅପରାହ୍ନ ଶୋ’ରେ ୨୬.୩୭ ପ୍ରତିଶତ, ସନ୍ଧ୍ୟା ଶୋ’ରେ ୨୭.୫୧ ପ୍ରତିଶତ ଏବଂ ରାତି ଶୋ’ରେ ୩୭.୨୩ ପ୍ରତିଶତ ରହିଛି ।