ଅଧିନାୟକ ହେଲେ ଶ୍ରେୟସ ଆୟର, ଅଷ୍ଟ୍ରେଲିଆ ଟିମ ବିପକ୍ଷରେ ସମ୍ଭାଳିବେ ଦାୟିତ୍ବ

ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଷ୍ଟାର ଖେଳାଳି ଶ୍ରେୟସ ଆୟରଙ୍କୁ ବିସିସିଆଇ ଦେଇଛି ବଡ଼ ଦାୟିତ୍ବ । ବିସିସିଆଇର ବରିଷ୍ଠ ଚୟନକର୍ତ୍ତା କମିଟି ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳାଯିବାକୁ ଥିବା ମଲ୍ଟି ଡେ ମ୍ୟାଚ୍ ପାଇଁ ଭାରତ ଏ ଦଳର ଦାୟିତ୍ବ ଶ୍ରେୟସ ଆୟରଙ୍କୁ ଦେଇଛି । ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ନ ପାଇବା ଯୋଗୁଁ ଶ୍ରେୟସ ଆୟର ବର୍ତ୍ତମାନ ଦୁଲୀପ ଟ୍ରଫିର ସେମିଫାଇନାଲରେ ପଶ୍ଚିମ ଜୋନ୍ ପାଇଁ ଖେଳୁଛନ୍ତି ।ସେପ୍ଟେମ୍ବର ୧୬ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ-ଏ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜରେ ଶ୍ରେୟସ ଆୟରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ଭାରତ-ଏରେ ୱିକେଟକିପର ଭାବେ ଏନ ଜଗଦୀଶନଙ୍କୁ ସାମିଲ କରାଯାଇଛି । ସେହିପରି ଧ୍ରୁବ ଜୁରେଲଙ୍କୁ ଉପଅଧିନାୟକ ପଦ ମିଳିଛି । ଜଗଦୀଶନ ଦଲ୍ଲୀପ ଟ୍ରଫି ପୂର୍ବରୁ ସେମିଫାଇନାଲରେ ସାଉଥ ଜୋନରେ ଖେଳଛନ୍ତି । ନର୍ଥ ଜୋନ ବିପକ୍ଷରେ ଜଗଦୀଶନ ପ୍ରଥମ ଇନିଂସରେ ୧୯୭ ରନ ଖେଳିଥିଲେ । ଯୁବ ବ୍ୟାଟର ଦେବଦତ୍ତ ପାଡିକିଲ, ଆୟୁଷ ବଦାନୀ, ନୀତିଶ କୁମାର ରେଡ୍ଡି ମଧ୍ୟ ଟିମରେ ସାମିଲ ରହିଛନ୍ତି ।ଅଷ୍ଟ୍ରେଲିଆ-A ବିପକ୍ଷରେ ଦୁଇଟି ଚାରିଦିନିଆ ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଭାରତ-A ରେ ଅନେକ ବଡ଼ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଏଥିରେ ନୀତିଶ ରେଡ୍ଡୀ, ଏ. ଈଶ୍ୱରନ୍, ସାଇ ସୁଦର୍ଶନ, ଏନ. ଜଗଦୀସନ, ଋତୁରାଜ ଗାୟକୱାଡ ଏବଂ ରଜତ ପାଟିଦାରଙ୍କ ଭଳି ଅଭିଜ୍ଞ ଖେଳାଳି ସାମିଲ ଅଛନ୍ତି।ଭାରତ-A ଏବଂ ଅଷ୍ଟ୍ରେଲିଆ-A ମଧ୍ୟରେ ଦୁଇଟି ଚାରିଦିନିଆ ମ୍ୟାଚ୍ ମଧ୍ୟରୁ ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ ହେଉଥିବା ଦୁଲୀପ ଟ୍ରଫି ଫାଇନାଲ୍ ପରେ ୧୬ ତାରିଖରୁ ଲକ୍ଷ୍ନୌରେ ଆରମ୍ଭ ହେବ । ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଚାରିଦିନିଆ ମ୍ୟାଚ୍ ୨୩ ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଲକ୍ଷ୍ନୌରେ ଅନୁଷ୍ଠିତ ହେବ । ଏହା ପରେ ୩୦ ସେପ୍ଟେମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ କାନପୁରରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯିବ ।ଇଣ୍ଡିଆ-ଏ : ଶ୍ରେୟସ ଆୟର (ଅଧିନାୟକ), ଅଭିମନ୍ୟୁ ଈଶ୍ବରନ, ଏନ ଜଗଦୀଶନ(ୱିକେଟ କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ଦେବଦତ୍ତ ପାଡିକିଲ୍ଲ, ହର୍ଷ ଦୁବେ, ଆୟୁଷ ବୋଦାନୀ, ନୀତିଶ କୁମାର ରେଡ୍ଡୀ, ତନୁଷ କୋଟାନି, ପ୍ରସିଦ୍ଧ କ୍ରିଷ୍ଣଶ, ଗୁରନର ବ୍ରାର, ଖଲିଲ ଅହମ୍ମଦ, ମାନବ ସୁଥାର, ୟଶ ଠାକୁର ।