
କଟକ : କଟକ କମିସନରେଟ ପୋଲିସକୁ ବଡ଼ ସଫଳତା । ଏକ କୁଖ୍ୟାତ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଛି କଟକ ସି. ଆର୍.ଆର୍.ଆଇ ଥାନା ପୋଲିସ । ବାଇକ ଲୁଟେରା ଗ୍ୟାଙ୍ଗର ୪ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୭ ଟି ଦୁଇ ଚକିଆ ଗାଡ଼ି ଜବତ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଓ ଲୁଟ ଭଳି ଏକାଧିକ ଅପରାଧିକ ମାମଲା ରହିଛି । ସମସ୍ତ ଅଭିଯୁକ୍ତଙ୍କ ଘର ସି ଆର୍ ଆର୍ ଆଇ ଥାନା ଅଂଚଳରେ ବୋଲି ସୂଚନା ମିଳିଛି ।ଗିରଫ ଅଭିଯୁକ୍ତ ସତ୍ୟ ସନାତନ ନାୟକ ଓରଫ କାଠିଆର ଘର ନେହେରୁ କଲୋନୀ, ବଡ ସାହି ଅଞ୍ଚଳରେ ହୋଇଥିବା ବେଳେ, ତା ନାଁରେ ବିଭିନ୍ନ ଥାନାରେ ୬ ଟି ମାମଲା ରହିଛି । ଅଭିଯୁକ୍ତ ଦେବାଶିଷ ଦାସ ଓରଫ ଦେବୁର ଘର ନେହେରୁପଲ୍ଲୀ ଅଞ୍ଚଳରେ ହୋଇଥିବା ବେଳେ, ତା ନାଁ ରେ ବିଭିନ୍ନ ଥାନାରେ ମୋଟ ୧୧ ଟି ମାମଲା ରହିଛି ।ସେହିପରି ଅଭିଯୁକ୍ତ ଆକାଶ ନାୟକର ଘର ଗୌତମ ନଗର ଅଞ୍ଚଳରେ ହୋଇଥିବା ବେଳେ, ତା ନାଁ ରେ ବିଭିନ୍ନ ଥାନାରେ ୬ ଟି ମାମଲା ରହିଛି ଓ ଅଭିଯୁକ୍ତ ସରୋଜ ପାଲ ଓରଫ ଚିଣ୍ଟୁର ଘର ବିଦ୍ୟାଧରପୁର ଅଞ୍ଚଳରେ ହୋଇଥିବା ବେଳେ, ତା ନାଁ ରେ ବିଭିନ୍ନ ଥାନାରେ ୮ ଟି ମାମଲା ରହିଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।