
ବାଙ୍କୀ : ପୁଣି ଖାକିରେ ଦାଗ । ଭିଜିଲାନ୍ସ ଜଳରେ ଫାଣ୍ଡି ଅଧିକାରୀ । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରାପଡ଼ିଲେ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ । ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ପୂର୍ବରୁ ଏତଲା କରାଇବା ପାଇଁ ଟଙ୍କା ନେଇଥିଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି । ଆଜି କ୍ଷତିପୂରଣ ସହ ପାଞ୍ଚ ଲକ୍ଷ ଟଙ୍କାର ବୀମା ଟଙ୍କା କରାଇ ଦେବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଥାନାବାବୁ । DSP ସୁଶିଲ କୁମାର ସାହୁଙ୍କ ନେତୃତ୍ଵରେ କଟକ ଭିଜିଲାନ୍ସର ୧୧ ଜଣିଆ ଟିମ ଚଢ଼ାଉରେ ସାମିଲ ଥିଲେ ।