ଧର୍ମଶାଳାରେ ବିଜେପିର ପାୱାର ସୋ, ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ

ଧର୍ମଶାଳା : ଧର୍ମଶାଳାରେ ବିଜେପିର ପାୱାର ସୋ’ । ବିଜେପିରେ ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ । ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବିଜେଡି ଦଳର ବହୁ ଛାମୁଆଁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ।ଏହି ମହାମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ବିରାଟ ସମାବେଶରେ ସମ୍ବୋଧନ କରି ମନମୋହନ କହିଥିଲେ, ମା’ ବିରଜା ଗର୍ବ ଅହଂକାର ସହି ନାହାନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନରେ ଯାଜପୁର ଜିଲ୍ଲାର ଭୂମିକା ଅଗ୍ରଭାଗରେ। ନିର୍ବାଚନରେ ଲୋକେ ଉଚିତ ଜବାବ ଦେଲେ। ସ୍ୱାଧୀନତାର ୭୮ବର୍ଷ ପରେ ଆମକୁ କ୍ଷମତା ମିଳିଛି ।ନିର୍ବାଚନ ସଂକଳ୍ପ ପତ୍ରରେ ଯାହା ଲେଖିଥିଲୁ ତାହା ପୂରଣ କରିଛୁ । ଆଗାମୀ ୫ବର୍ଷରେ ଜିଲ୍ଲାର ସାମଗ୍ରୀକ ବିକାଶ ଦିଗରେ କାର୍ଯ୍ୟ କରାଯିବ। ମହା ମିଶ୍ରଣ ପର୍ବରେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।