ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଅଭିନେତ୍ରୀ କରିସ୍ମା, ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ‘ରାଗିନୀ MMS ରିଟର୍ଣ୍ଣସ୍’ ଏବଂ ‘ପ୍ୟାର୍ କା ପଞ୍ଚନାମା’ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ କରିସ୍ମା ଶର୍ମା ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଛନ୍ତି ଅଭିନେତ୍ରୀ । ଏହି ଦୁର୍ଘଟଣାରେ ସେ ଅଳ୍ପକେ ବର୍ତ୍ତିଛନ୍ତି ସତ ହେଲେ ସେ ଗୁରୁତର ଆହତ ହୋଇଛନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରିସ୍ମା ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ପାଇଁ ଚିନ୍ତିତ ହେବା ସହ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଅଭିନେତ୍ରୀ କରିସ୍ମାଅଭିନେତ୍ରୀ ଇନଷ୍ଟ୍ରାମ ଷ୍ଟୋରୀରେ ଏକ ଲମ୍ୱା ନୋଟ୍ ଜରିଆରେ ଏହି ସୂଚନା ଦେଇଥିଲେ । ସେ ପୋଷ୍ଟରେ କହିଛନ୍ତି, ”ମୁଁ ଏକ ସୁଟ ପାଇଁ ମୁମ୍ବାଇର ଲୋକାଲ୍ ଟ୍ରେନ୍ ଯୋଗେ ଚର୍ଚ୍ଚଗେଟ୍ ଯାଉଥିଲେ । ମୁଁ ଶାଢ଼ୀ ପିନ୍ଧି ଟ୍ରେନ୍ ଧରିବାକୁ ନିଷ୍ପତ୍ତି ନେଇଥିଲି । ହେଲେ ଟ୍ରେନ୍ ଚଢ଼ିବା ମାତ୍ରେ ଟ୍ରେନର ଗତି ବଢ଼ିଗଲା ଏବଂ ତାଙ୍କ ବନ୍ଧୁମାନେ ଠିକ୍ ଭାବରେ ଟ୍ରେନ୍ ଧରିପାରିଲେ ନାହିଁ । ଏହି ଭୟରେ ମୁଁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ । ଯାହା ଯୋଗୁଁ ଯାହା ଫଳରେ ମୋର ମୁଣ୍ଡରେ ବହୁତ ଆଘାତ ଲାଗିଛି ।” ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅଭିନେତ୍ରୀ ଆହୁରି ଲେଖିଛନ୍ତି, ‘ମୋ ପିଠିରେ ଆଘାତ ଲାଗିଛି, ମୋ ମୁଣ୍ଡ ଫୁଲିଯାଇଛି ଏବଂ ମୋ ଶରୀରରେ ଆଘାତ ଲାଗିଛି । ମୁଣ୍ଡରେ ଆଘାତ ଗୁରୁତର ନୁହେଁ ତାହା ନିଶ୍ଚିତ କରିବା ପାଇଁ ଡାକ୍ତରମାନେ MRI କରିବା ପାଇଁ ପରାମର୍ଶ ଦେଇଛନ୍ତି, ମୋତେ ଗୋଟିଏ ଦିନ ପାଇଁ ନିରୀକ୍ଷଣରେ ରଖାଯାଇଛି। ଗତକାଲିଠାରୁ ମୁଁ ଯନ୍ତ୍ରଣା ଅନୁଭବ କରୁଛି, କିନ୍ତୁ ମୁଁ ଦୃଢ଼ ରହିଛି । ଦୟାକରି ମୋର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ମୋତେ ଆପଣଙ୍କର ଭଲପାଇବା ପଠାନ୍ତୁ ।’ଏହି ସମୟରେ, ଅଭିନେତ୍ରୀଙ୍କ ଜଣେ ବନ୍ଧୁ ହସ୍ପିଟାଲରୁ ତାଙ୍କର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ବିଶ୍ୱାସ କରିପାରୁନାହିଁ ଯେ କରିସ୍ମାଙ୍କ ସହ ଏହା ଘଟିଛି । ମୋ ବନ୍ଧୁ ଟ୍ରେନ୍ ରୁ ପଡ଼ିଗଲା । ତାକୁ କିଛି ମନେ ନାହିଁ । ଆମେ ତାଙ୍କୁ ତଳେ ପଡ଼ିଥିବା ପାଇଲୁ ଏବଂ ତୁରନ୍ତ ଏଠାକୁ ଆଣିଲୁ । ଡାକ୍ତରମାନେ ଏବେ ବି ପରିସ୍ଥିତିର ତଦନ୍ତ କରୁଛନ୍ତି । ଶୀଘ୍ର ସୁସ୍ଥ ହୁଅନ୍ତୁ ।’