ଭାରତ ଓ ଚୀନ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ଆହ୍ବାନ ଦେଲେ”ଡୋନାଲ୍ଡ ଟ୍ରମ୍ପ ”

ଭାରତ ଓ ଚୀନ ଉପରେ ଟାରିଫ ଲଗାଇବାକୁ ଆମେରିକାର ଚାପ । G7 ଓ ୟୁରୋପୀୟ ସଂଘକୁ ଚାପ ଦେଉଛି ଆମେରିକା । ରୁଷିଆରୁ ତୈଳ କିଣୁ ଥିବାରୁ ଚୀନ ଓ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ଟାରିଫ ଏବଂ ନୂଆ ଆର୍ଥିକ କଟକଣା ଲଗାଇବାକୁ ଚାପ ଦେଉଛି ୱାସିଂଟନ ।୫୦ ରୁ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ କହିଛି ଆମେରିକା । ଆମେରିକାର ଚାପ ପରେ କାନାଡ଼ା ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର G7 ସଦସ୍ୟ ରାଷ୍ଟ୍ରର ଅର୍ଥମନ୍ତ୍ରୀମାନେ ଭର୍ଚୁଆଲରେ ଏକାଠି ହୋଇଥିଲେ । ରୁଷ ଉପରେ କିଭଳି ଅଧିକ ଆର୍ଥିକ ଚାପ ପକାଇଯାଇ ପାରିବ, ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲେ।ପୁଟିନଙ୍କ ୱାର ମେସିନକୁ ଅଟକାଇବା ପାଇଁ ସଂକଳ୍ପ ନେଇଥିଲେ । ୟୁକ୍ରେନକୁ ଆର୍ଥିକ ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଭାରତ ଓ ଚୀନ ରୁଷିଆରୁ ପ୍ରଚୁର ପରିମାଣରେ ତୈଳ କିଣୁ ଥିବାରୁ ଯୁଦ୍ଧ ଚଳାଇ ରଖିବାକୁ ମସ୍କୋକୁ ପାଣ୍ଠି ମିଳୁଥିବା ବାରମ୍ବାର କହି ଆସୁଛି ଆମେରିକା । ରୁଷିଆର ୱାର ମେସିନକୁ ଅଟକାଇବା ପାଇଁ ଭାରତ ଓ ଚୀନ ଉପରେ ଟାରିଫ ଲଗାଇବାକୁ G7 ରାଷ୍ଟ୍ରଙ୍କୁ କହିଥିଲେ ଆମେରିକା ଟ୍ରେଜେରୀ ସଚିବ ସ୍କଟ ବେସେନ୍ତ ।ରୁଷ ଠାରୁ ତେଲ କିଣୁଥିବାରୁ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି ଆମେରିକା । ୟୁରୋପୀୟ ଦେଶଙ୍କୁ ଭାରତ ଉପରେ କଟକଣା ଲଗାଇବାକୁ କହୁଛି। ଏଣେ ଭାରତ ସହ ଭାରତ ସହ ସଂପର୍କ ଖରାପ କରିବାକୁ ଚାହୁନାହାନ୍ତି ଟ୍ରମ୍ପ ।ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ମସ୍କୋର ସବୁଠୁ ବଡ଼ ତୈଳ ଗ୍ରାହକ ଭାରତ । ସେଥିପାଇଁ ନୂଆଦିଲ୍ଲୀ ଉପରେ ୫୦ ପ୍ରତିଶତ ଟାରିଫ ଲାଗିଛି । କିନ୍ତୁ ଏହି ଟାରିଫ ଲଗାଇବା ସହଜ ନଥିଲା । ଏହା ଏକ ବଡ଼ ଡିଲ୍ । ଏଥିଯୋଗୁଁ ଭାରତ-ଆମେରିକା ମଧ୍ୟରେ ଟେନସନ୍ ବଢ଼ିଛି ।