
ଭଞ୍ଜନଗର,୧୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବର୍ତମାନ ସମୟରେ ଇଣ୍ଟରନେଟ ର ବ୍ୟବହାର ବହୁମାତ୍ରାରେ ବଢ଼ିବାରେ ଲାଗିଛି। ହେଲେ ବିଡମ୍ବନାର ବିଷୟ ଏହାକି ଏହାର ସୁଯୋଗ ନେଇ ସାଇବର ଅପରାଧୀ ମାନେ ନିଜ କୌଶଳ କୁ ବ୍ୟବହାର କରି କୋଟି କୋଟି ଟଙ୍କା ଠକେଇ କରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟି ରେ ରଖି ଆଜି ଭଞ୍ଜନଗର ସହରରେ ଥିବା ନେକ୍ସଟଯେନ କମ୍ପୁଟର ଏକାଡେମୀ ରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଥାନା ର ଏସଆଇ ଲଷ୍ମୀ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ର ତଥ୍ୟ ପ୍ରଦାନ କରିବା ସହ ଆମେ ମୋବଇଲ ର ବ୍ୟବହାର କରି ସେଥିରୁ ସଠିକ ତଥ୍ୟ କୁ ବ୍ୟବହାର କରିବା ଏବଂ ନକାରାତ୍ମକ ତଥ୍ୟ କୁ ଅଣଦେଖା କରିବା କୁ ସୂଚାଇ ଥିଲେ। ପୋଲିସ ସବୁବେଳେ ଲୋକ ଙ୍କ ସେବାରେ ନିୟୋଜିତ ରହିଥାନ୍ତି, ତାଙ୍କୁ ସମାଲୋଚନା ଅପେକ୍ଷା ସହଯୋଗ ର ଆବଶ୍ୟକତା ରହିଛି। ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସାଇବର ଠକମାନେ ସେମାନଙ୍କ ଗୁପ୍ତ ତଥ୍ୟ ଚୋରି କରି ବ୍ଲାକମେଲିଙ୍ଗ କରିଥାନ୍ତି ଏଥି ପ୍ରତି ସତର୍କ ରହିବା ନିହାତି ଦରକାର। ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ନିର୍ଦ୍ଦେଶରେ ଭଞ୍ଜନଗରରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ବହୁତ ସୁଧାର ଆସିଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଏକାଡେମୀ ଉପଦେଷ୍ଟା ଅରକ୍ଷିତ ପରିଛା ଏବଂ ପରିଚାଳକ ପ୍ରଶାନ୍ତ ରାଉତ, ପ୍ରମୋଦ ପ୍ରଧାନ ମଞ୍ଚାସିନ ରହିଥିଲେ। ବିପଦର ବନ୍ଧୁ ଅନୁଷ୍ଠାନ ର ସଚିନ ବିଷୋୟୀ, ପ୍ରଭାକର ନାୟକ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।