
ସୋରଡ଼ା ୧୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଦକ୍ଷିଣ ଘୁମୁସର ବନଖଣ୍ଡ ବଡଗଡ ବନାଞ୍ଚଳ ଗୌଡଗୋଠ ବିଟ ଅଧୀନ ଗୁନାଖାଲ ଗ୍ରାମରୁ ଏକ ଜୀବନ୍ତ କୁଟୁରା,ଦୁଇଟି ଦେଶୀ ବନ୍ଧୁକ, ୬ ଗୋଟି ଜୀବନ୍ତ ଗୁଳି ଓ ବୋହୁ ବିସ୍ପୋରକ ପଦାର୍ଥ ଜବତ କରିଛି ବଡଗଡ ବନ ବିଭାଗ । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଏସିଏଫ ପ୍ରଦିପ କୁମାର ବେହେରା ଙ୍କ ତତ୍ତ୍ୱାବଧାନରେ ବଡଗଡ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ,ଗୌଡଗୋଠ ଫରେଷ୍ଟର ସୁଭାଙ୍ଗ ରଇତ ଓ ବଡଗଡ ପୋଲିସ ମିଳିତଭାବେ ଗତକାଲି ସନ୍ଧ୍ୟା ରେ ଗୁନାଖାଲ ଗ୍ରାମ ଉପରେ ଚଢ଼ାଉ କରିଥିଲେ ଯେଉଠାରୁ ଏକ ଜୀବନ୍ତ କୁଟୁରା, ଦୁଇଟି ଦେଶୀ ବନ୍ଧୁକ, ୬ ଗୋଟି ଜୀବନ୍ତ ଗୁଳି ଓ ବୋହୂ ବିସ୍ପୋରକ ପଦାର୍ଥ ଜବତ କରିଥିଲେ ।ଏହି ଘଟଣା ରେ ସଂପୃକ୍ତ ଥିବା କୌଣସି ବ୍ୟକ୍ତି ଗିରଫ ହୋଇନଥିବା ବେଳେ ଏହି ଘଟଣା ର ଅଧିକ ତଦନ୍ତ କରୁଥିବା ସୂଚନା ଦେଉଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଣୀ ବିପାସା ପାରୁଲ।