
ଦିଲ୍ଲୀ : ଅନଲାଇନ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ସନ୍ଦିଗ୍ଧ ମନି ଲଣ୍ଡରିଂ ପାଇଁ ଯାଞ୍ଚାଧୀନ ଅନଲାଇନ୍ ବେଟିଂ ପ୍ଲାଟଫର୍ମ 1xBet ଉପରେ ଚାଲିଥିବା ତଦନ୍ତ ଜାରି ରହିଛି ।ଏନେଇ ଉର୍ବଶୀଙ୍କୁ ସେପ୍ଟେମ୍ବର ୧୬ରେ ଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟରେ ଏବଂ ମିମିଙ୍କୁ ସେପ୍ଟେମ୍ବର ୧୫ରେ ହାଜର ହେବାକୁ ପଡିବ । ବେଆଇନ ବେଟିଂ ପ୍ଲାଟଫର୍ମ ଏବଂ ସେମାନଙ୍କର ସେଲିବ୍ରିଟି ପ୍ରମୋଟର ମାନଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ହେବ । ଏହି ତଦନ୍ତରେ ପୂର୍ବରୁ ଅନେକ ଉଚ୍ଚ-ପ୍ରୋଫାଇଲ୍ ନାମ ସାମିଲ ହୋଇସାରିଛି ।ସେଲିବ୍ରିଟିମାନେ ଏହି ଆପ୍ର ପ୍ରମୋଟର ଭାବେ କାର୍ଯ୍ୟ କରୁଥିଲେ । ଯେଉଁଥିପାଇଁ ପ୍ରଶଂସକ ଓ ଅନ୍ୟ ସାଧାରଣ ଜନତା ସେମାନଙ୍କୁ ବିଶ୍ଵାସ କରି ଏହି ଆପ୍ରେ ଅର୍ଥ ଲଗାଣ କରି ସର୍ବସ୍ଵାନ୍ତ ହୋଇଛନ୍ତି । ନିକଟରେ ଏହି ମାମଲାରେ ପୂର୍ବତନ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧଓ୍ବନଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ଜାରି କରାଯିବା ସହିତ ଜେରା କରାଯାଇଛି ।