
କଣ୍ଟାବାଞ୍ଜି : ବିଶ୍ୱାସ ଘାତକତା କଲା ସାଙ୍ଗ । ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କରିବା ନେଇ ହୋଇଛି ଅଭିଯୋଗ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି ଜଣେ ମହିଳା । ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ମହିଳା ଜଣକ ସ୍ବାମୀଙ୍କ ସହ କଣ୍ଟାବାଞ୍ଜି ସହରରେ ରହୁଥିଲେ । ଅଭିଯୁକ୍ତ ସ୍ୱାମୀଙ୍କ ସାଙ୍ଗ ଜଣକ ମହିଳାଙ୍କ ଘରକୁ ଯିବା ଆସିବା କରନ୍ତି । ମହିଳାଙ୍କ ସ୍ବାମୀ ଘରେ ନଥିବାବେଳେ ଉକ୍ତ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏବେ ଅଭିଯୁକ୍ତ ଫେରାର ରହିଛି । ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ।