
ଭଞ୍ଜନଗର ୧୬/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଆଜି ସ୍ଥାନୀୟ ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଔଷଧୀୟ ବୃକ୍ଷ ରୋପଣ ( ଏକ୍ ପେଡ୍ ମାଁ କେ ନାମ୍ – ୨.୦ ) ପାଳନ ଅବସରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଔଷଧୀୟ ବୃକ୍ଷ ରୋପଣ ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି ଆର୍ମି ଉଇଙ୍ଗ କ୍ୟାଡେଟ ଇକୋକ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ l ଏଥିରେ ଉତ୍ତର ଘୁମୁସର ବନଖଣ୍ଡର ଅବସର ପ୍ରାପ୍ତ କର୍ମଚାରୀ ଶୂଳପାଣି ଶତପଥି , ସମାଜ ସେବୀ ନିଲୁ ମହାରଣା , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ ( ଓଇଏସ୍ -୨ ) , ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ରଥ ( ଓଇଏସ୍ -୨ ) ସଭାପତିତ୍ୱ କରିବା ସହ ମୁଖ୍ୟ ବାର୍ତ୍ତାବହ ରୂପେ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରଥମଭାଗରେ ସବୁଜ ପୃଥିବୀର ଆବଶ୍ୟକତା ସଂପର୍କିତ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ଏବଂ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା ସବୁଜିମା ଭରା ବିଦ୍ୟାଳୟରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା । ସମସ୍ତ ଅତିଥି ଏହାପରେ ବିଦ୍ୟାଳୟରେ ଗୋଟିଏ ଗୋଟିଏ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ଶ୍ରୀ ମିଶ୍ର ଓ ଶ୍ରୀ ରଥ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏବଂ ପ୍ରତ୍ୟେକ କ୍ୟାଡେଟଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ବଞ୍ଚାଇବା ପାଇଁ ଶପଥ ଗ୍ରହଣ କରାଇଥିଲେ । ଶ୍ରୀ ଶତପଥି ଅନେକ ପ୍ରକାର ଔଷଧୀୟ ବୃକ୍ଷ ଯଥା କର୍ପୂର ତୁଳସୀ, ଦୁଲ୍ହବା , ପିପ୍ପଳି , କୁରୁମଲ୍ଲୀ , ସଦା ବିହାରୀ , ଲକି ବେମ୍ବୋ , ସ୍ବର୍ଣ୍ଣ ଚମ୍ପା ଆଦି ଔଷଧୀୟ ବୃକ୍ଷ ବିଦ୍ୟାଳୟକୁ ପ୍ରଦାନ କରିଥିଲେ, ସେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ , ସଚେତନତା ବାର୍ତ୍ତା ଦେଇଥିଲେ ଏବଂ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ଦୋହରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ୱପ୍ନେଶ୍ୱରୀ ଦିଗାଲ୍ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଇକୋକ୍ଲବ ମେମ୍ବର ଓ ଅତିଥିମାନଙ୍କୁ ଶ୍ରୀ ରଥ ସାଧୁବାଦ ଜ୍ଞାପନ କରିଥିଲେ ।