ରୋଟାରୀ କ୍ଲବ ତରଫରୁ ଇଞ୍ଜିନିଅର୍ସ ଡେ ପାଳିତ

ଭଞ୍ଜନଗର, ୧୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସେପ୍ଟେମ୍ବର ୧୫ତାରିଖକୁ ଚାରିଆଡ଼େ ଇଞ୍ଜିନିଅର୍ସ ଡେ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଭେଜିପୁଟ ସ୍ଥିତ ଓଡ଼ିଶା ଭବନ ଠାରେ ଇଞ୍ଜିନିଅର୍ ମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଛି। ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୮ଜଣ ଇଞ୍ଜିନିଅରଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କ ମଧ୍ୟରେ ଇଂ ଅପୂର୍ବ ବାରିକ,ଇଂ ବିଦ୍ୟାଧର ମହାନ୍ତି,ଇଂ ରବୀନ୍ଦ୍ର ପାଣିଗ୍ରାହୀ,ଇଂ ଉଦୟନାଥ ପଣ୍ଡା,ଇଂ ଲାଷ୍ମୀଧର ମହାନ୍ତି,ଇଂ ବିବେକାନନ୍ଦ ପଟ୍ଟନାୟକ,ଏନଏସି ଇଂ ଦିଲୀପ କୁମାର ମିଶ୍ର ଓ ଡ଼ହ ପ୍ରକଳ୍ପର ଇଂ ଶାନ୍ତନୁଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଛି। ଏଥିରେ ମଞ୍ଚ ପରିଚାଳନା କରିଥିଲେ ରାମଚନ୍ଦ୍ର ମିଶ୍ର।ଇଞ୍ଜିନିଅର୍ ମାନଙ୍କ କାର୍ଯ୍ୟ ଦକ୍ଷତା ଓ ଜ୍ଞାନ କୌଶଳରେ ବହୁ ଅସାଧ୍ୟ କାର୍ଯ୍ୟ ସାଧନ ହେବା ସହ ସମାଜର ବହୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ ହୋଇପାରୁଛି। ତେଣୁ ସେମାନଙ୍କ ବ୍ୟତୀତ କୌଣସି ପ୍ରକଳ୍ପର ସଫଳ ରୂପାୟନ ହୋଇପାରିବ ନାହିଁ ବୋଲି ରୋଟାରିଆନ ପ୍ରଦ୍ୟୁମ୍ନ କୁମାର ମଲିକ କହିଥିଲେ। ଶେଷରେ ସମ୍ପାଦକ ଗୁପ୍ତେଶ୍ଵର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସୁଧୀର ପାଣିଗ୍ରାହୀ, ବସନ୍ତ ପାତ୍ର,ଦିଲୀପ ରାଜୁ, ସନତ ସୁବୁଦ୍ଧି, ସୁଶାନ୍ତ ବେହେରା, ରବୀନ୍ଦ୍ର ପାଣିଗ୍ରାହୀ, ବି. ସନ୍ତୋଷ ଓ ଅନ୍ୟମାନେ ସହଯୋଗ କରିଥିଲେ।