ସିଏମ୍ସିର ଡମ୍ପିଂୟାର୍ଡକୁ ସ୍ଥାନୀୟ ଲୋକଙ୍କ ବିରୋଧ, କଟକ ସହରରୁ ଉଠି ପାରୁନାହିଁ ଆବର୍ଜନା

କଟକ : କଟକ ବାରଙ୍ଗ ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ଅଞ୍ଚଳରେ ଥିବା ସି ଏମ୍ ସି ର ଡମ୍ପିଂ ୟାର୍ଡ କୁ ସ୍ଥାନୀୟ ଲୋକେ ବିରୋଧ କରିବା ଫଳରେ କଟକ ସହରରୁ ଆଉ ଉଠି ପାରୁନାହିଁ ଆବର୍ଜନା । ଯାହା ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏ ନେଇ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । କଟକ ସାଂସଦ , ଜିଲ୍ଲାପାଳ , ସି ଏମ୍ ସି ମେୟର, କମିଶନରଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ଓ ଅନ୍ୟମାନେ ଏହି ବୈଠକରେ ସାମିଲ ହୋଇ କିଭଳି ଭାବେ ଏହାର ସମାଧାନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । କିଭଳି ସ୍ଥାନୀୟ ଲୋକଙ୍କୁ ବୁଝା ସୂଝା କରି ସେଠାରେ ଡମ୍ପିଂ ୟାଡ୍ ଚାଲୁ କରାଯିବ ସେ ନେଇ କଥା ହୋଇଥିଲା । ତେବେ ସକାରାତ୍ମକ ଆଲୋଚନା ହୋଇଥିବା ବେଳେ ଆସନ୍ତା ମଙ୍ଗଳବାର ଏନେଇ ଅଧିକାରୀମାନେ ଓ ଜନ ପ୍ରତିନିଧିମାନେ ଯାଇ ସେହି ସ୍ଥାନରେ କିଭଳି ପୁନର୍ବାର ଡମ୍ପିଂ କରାଯିବ ସେ ନେଇ କଥା ହୋଇ କାର୍ଯ୍ୟକ୍ଷମ କରିବେ ବୋଲି କହିଛନ୍ତି କଟକ ସାଂସଦ ଭର୍ତୃହରୀ ମହତାବ । ଅନ୍ୟପଟେ ଡମ୍ପିଂ ପୂର୍ବରୁ ସିଏମସି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ।