ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଯୋଗୁ ୨୦ ଯାଏ ବର୍ଷା, ୬ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ

ଭୁବନେଶ୍ୱର : ୨୦ ଯାଏ ବର୍ଷା । ଓଡ଼ିଶା ଉପରେ ସକ୍ରିୟ ରହୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା । ରାଜ୍ୟରେ ଆହୁରି ୪ ଦିନ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେଉଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷ ସମ୍ଭାବନା ରହିଛି। ଆଜି ପୁରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ବାକି ୨୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ ବେଗରେ ପବନ ବହିବାପାରେ । ସେହିପରି ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ପାଇଁ ୨୦ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

16 ସେପ୍ଟେମ୍ବର ପାଇଁ ୟେଲୋ ଓ୍ବାର୍ଣ୍ଣିଂ:ଆଜି ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବା ସମ୍ଭାବନା ରହିଛି । ଏହି ସମୟରେ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ସେପ୍ଟେମ୍ବର ପାଇଁ ୟେଲୋ ଓ୍ବାର୍ଣ୍ଣିଂ:ସେହିପରି ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡ଼ିଶାର 20 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସହ ବିଜୁଳି ହେବାର ସମ୍ଭାବନା ରହିଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ପବନର ବେଗ 30ରୁ 40 କିମି ରହିବ ।18 ସେପ୍ଟେମ୍ବର ପାଇଁ ୟେଲୋ ଓ୍ବାର୍ଣ୍ଣିଂ:ଆସନ୍ତା

18 ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ 30ରୁ 40 କିମି ରହିବ ।

19 ସେପ୍ଟେମ୍ବର ପାଇଁ ୟେଲୋ ଓ୍ବାର୍ଣ୍ଣିଂ:ସେହିପରି ଆସନ୍ତା ସେପ୍ଟେମ୍ବର 19 ତାରିଖରେ ରାଜ୍ୟରେ ମୟୂରଭଞ୍ଜ, କେନ୍ଦୂଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଓ ଗଜପତିରେ ମଧ୍ୟମ ଧରଣର ବର୍ଷା ବିଜୁଳି ଘଡଘଡି ହେବାର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

20 ସେପ୍ଟେମ୍ବର ପାଇଁ ୟେଲୋ ଓ୍ବାର୍ଣ୍ଣିଂ:ସେହିପରି ଆସନ୍ତା ସେପ୍ଟେମ୍ବର 20 ତାରିଖରେ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଦେବଗଡ଼, ଝାରସୁଗୁଡ଼ା, ବଗଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ବିଜୁଳି ଘଡଘଡି ହେବାର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ପବନର ବେଗ 30ରୁ 40 କିମି ରହିବ ।