
ନୂଆଦିଲ୍ଲୀ/କିଭ: ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉ ନ ଥିବାବେଳେ ଦେଶ ଦେଶ ମଧ୍ୟରେ ବ୍ୟାବସାୟିକ ବିବାଦ ବିଢିବାରେ ଲାଗିଛି । ରୁଷରୁ ତେଲ କିଣିବାକୁ ଆମେରିକା ଭାରତକୁ ବିରୋଧ କରୁୁଥିବାବେଳେ ଏବେ ୟୁକ୍ରେନ ଭାରତରୁ ରପ୍ତାନୀ କରୁଥିବା ଡିଜେଲ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ଘୋଷଣା କରିଛି । ଏହି ପ୍ରତିବନ୍ଧକ ଅକ୍ଟୋବର 1 ରୁ କାର୍ଯ୍ୟକାରୀ ହେବ। ୟୁକ୍ରେନ ଏନର୍ଜି କନସଲଟାନ୍ସି ଏନକାର ସୋମବାର ଏହି ସୂଚନା ଦେଇଛନ୍ତି । ଏନକାର ପକ୍ଷରୁ କୁହାଯାଇଛି, ଭାରତ ରୁଷଠାରୁ ବହୁତ ଅଧିକ ଅଶୋଧିତ ତେଲ କିଣୁଛି । ସେଥିପାଇଁ ୟୁକ୍ରେନକୁ ଏପରି ପଦକ୍ଷେପ ନେବାକୁ ପଡିଲା ।ନ୍ୟୁଜ୍ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁଯାୟୀ, ଏନକାର୍ କହିଛି ଭାରତ ରୁଷରୁ ପ୍ରଚୁର ଅଶୋଧିତ ତେଲ କିଣୁଛି । ସେଥିପାଇଁ ୟୁକ୍ରେନକୁ ଏହି ପଦକ୍ଷେପ ନେବାକୁ ପଡିଛି। ଏନକାର୍ ଆହୁରୁ କହିଛି, ରୁଷ ୟୁକ୍ରେନୀୟ ତୈଳ ରିଫାଇନାରୀଗୁଡ଼ିକୁ ନିରନ୍ତ ରଟାର୍ଗେଟ କରି ଡ୍ରୋନ୍ ଏବଂ ମିସାଇଲ୍ ମାଡ କରୁଛି । ତେଣୁ ୟୁକ୍ରେନର ସୁରକ୍ଷା ଏଜେନ୍ସିଗୁଡ଼ିକ ନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତରୁ ଆସୁଥିବା ଡିଜେଲର ପ୍ରତ୍ୟେକ କନସାଇନମେଣ୍ଟ ଯାଞ୍ଚ କରାଯିବ। ଏହି ଯାଞ୍ଚ ଲ୍ୟାବରେ କରାଯିବ । ଏଥିରେ ରୁଷୀୟ ତେଲ ମିଶିଛି କି ନାହିଁ ତାହା ପ୍ରଥମେ ଯାଞ୍ଚ କରାଯିବ । ପରେ ଏହାକୁ ବ୍ୟବହାର କରାଯିବ ।ଅଗଷ୍ଟରେ ଭାରତରୁ 1,19,000 ଟନ ଡିଜେଲ କିଣିଥିଲା ୟୁକ୍ରେନଏନାକର ପକ୍ଷରୁ କୁହାଯାଇଛି, ୟୁକ୍ରେନ ଅଗଷ୍ଚରେ ଭାରତରୁ 1,19,000 ଟନ ଡିଜେଲ କିଣୁଥିଲା । ଏହା ୟୁକ୍ରେନର ମୋଟ ଡିଜେଲର 18 ପ୍ରତିଶତ । ଅନ୍ୟ ଏକ କନସଲଟାନ୍ସି ଏ-95 ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ଗ୍ରୀଷ୍ମରେ ୟୁକ୍ରେନର ଏକ ବଡ ତେଲ ରିଫାଇନାରୀ ଖରାପ ହୋଇ ଯାଇଥିଲା । ତେଣୁ ତେଲ ଅଭାବ ପୂରଣ କରିବାକୁ ଭାରତରୁ ଏତେ ପରିମାଣର ତେଲ କିଣିବାକୁ ବାଧ୍ୟ ହୋଇଥିଲା ୟୁକ୍ରେନ । ଏଥି ସହିତ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଭାରତରୁ ଡିଜେଲ କିିିଣୁଥିଲା ।ରୁଷରୁ କାହିଁକି ତେଲ କିଣିଲା ଭାରତ ?ରୁଷ ଭାରତକୁ ଅଶୋଧିତ ତେଲ ଦେଉଥିଲା । ଅନ୍ୟପକ୍ଷରେ ୟୁକ୍ରେନ ଡ୍ରୋନ ସାହାଯ୍ୟରେ ରୁଷର ତେଲ ରିଫାଇନାରୀକୁ ବାରମ୍ବାର ଟାର୍ଗେଟ କରୁଥିଲା । ସେଥିପାଇଁ ରୁଷ ଶସ୍ତାରେ ତେଲ ବିକିବାକୁ ଚାହୁଁଥିଲା । ଭାରତ ରୁଷର ଏହି ସଙ୍କଟକୁ ଏକ ସୁଯୋଗରେ ପରିଣତ କରି ଦେଇଥିଲା । ରୁଷ ଏବଂ ମଧ୍ୟ ପୂର୍ବର ତେଲ ଦର ମଧ୍ୟରେ ବହୁତ ତଫାତ ରହିଛି । ଏହି କାରଣରୁ ଭାରତୀୟ ତେଲ ରିଫାଇନାରୀ କମ୍ପାନୀ ରୁଷରୁ ତେଲ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରେ 50 ପ୍ରତିଶତ ଟାରିଫ ଲଗାଇଛନ୍ତି ।