
ପୁଷ୍ପା ୨ର ସଫଳତା ପରେ ଅଲ୍ଲୁ ଅର୍ଜୁନ୍ AA22xA6 ପ୍ରୋଜେକ୍ଟରେ ବ୍ୟସ୍ତ ରହିଛନ୍ତି । ଯାହା ଅଟଲିଟିଙ୍କ ଦ୍ବାରା ନିର୍ଦ୍ଦେଶିତ । କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମ ଟିମ୍ ପକ୍ଷରୁ କୌଣସି ବିବରଣୀ ମିଳିନାହିଁ । ଏହାରି ମଧ୍ୟରେ ସୁପରଷ୍ଟାରଙ୍କ ପ୍ରଥମ ଝଲକ ଲିକ୍ ହୋଇଥିବା ସୂଚନା ମିଳୁଛି । ଯାହା ବର୍ତ୍ତମାନ ଖୁବ୍ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଉତ୍ସାହିତ ହୋଇଉଠିଛନ୍ତି ।ଭାଇରଲ ହୋଇଥିବା ଫଟୋରେ ସୁପରଷ୍ଟାରଙ୍କୁ ଏକ ଭିନ୍ନ ଗେଟଅପରେ ଦେଖିବାକୁ ମିଳିଛି । ଯେଉଁଥିରେ ଅଲ୍ଲୁ ଅର୍ଜୁନ ଟ୍ରାକସୁଟ୍ ପିନ୍ଧିଥିବା ସହ ମୁଣ୍ଡରେ ଖୋସା କରିଛନ୍ତି । ତାଙ୍କର ଏଭଳି ଗେଟଅପ୍ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଛି । ଏଥି ସହ ଅଭିନେତା ଆକ୍ସନ୍ ସିନ୍ ସୁଟ୍ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହା ଦ୍ବାରା ପ୍ରଶଂସକମାନେ ସୁପରଷ୍ଟାରଙ୍କ ପ୍ରଥମ ଲୁକ୍ ରିଲିଜ କରିବା ପାଇଁ ଫିଲ୍ମ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ।ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନ ଏବଂ ଅଟଲି ଏକାଠି କାମ କରୁଥିବାର ନଜର ଆସିବେ । ଫିଲ୍ମରେ ବିଶେଷ କଥା ହେଉଛି ଯେ, ଏହି ଫିଲ୍ମରେ ଆଲୁ ଅର୍ଜୁନଙ୍କୁ ଡବଲ୍ ରୋଲ୍ କରୁଥିବାର ଦେଖିବାକୁ ମିଳିବ ବୋଲି ଅଭିନେତାଙ୍କ ଟିମ୍ ସ୍ପଷ୍ଟ କରିଛନ୍ତି । ଯାହା ଫିଲ୍ମରେ ଏକ ଆକର୍ଷଣୀୟ ମୋଡ଼ ସୃଷ୍ଟି କରୁଛି । ଯାହାଦ୍ବାରା ଫ୍ୟାନ୍ସଙ୍କ ଉତ୍ସାହକୁ ବୃଦ୍ଧି କରିଛି ।କିଛି ମାସ ପୂର୍ବରୁ ଫଲ୍ମ ନିର୍ଦ୍ଦେଶକ ଦୀପିକାଙ୍କୁ ସ୍ବାଗତ କରି ଏକ ଭିଡିଓ ସେୟାର କରିଥିଲେ । ଦୀପିକା ଏହି ଫିଲ୍ମରେ ଏକ ଆକ୍ସନ୍ ଅବତାରରେ ନଜର ଆସିବେ ବୋଲି ଏକ ରିପୋର୍ଟରୁ ସୂଚନା ମିଳିଛି । ଏହି ଫିଲ୍ମର ନିର୍ମାତାମାନେ ଓଟିଟି ଅଧିକାର ପାଇଁ ଏକ ବଡ଼ ଡିଲ୍ କରିଛନ୍ତି । ରିପୋର୍ଟ ଅନୁଯାୟୀ ଅଟଲି ଏବଂ ଅଲ୍ଲୁ ଅର୍ଜୁନ ନେଟଫ୍ଲିକ୍ସ ଇଣ୍ଡିଆର କାର୍ଯ୍ୟନିର୍ବାହୀଙ୍କ ସହ ସାକ୍ଷାତ କରିଛନ୍ତି । ଯାହା ଫିଲ୍ମର ମୋଟ ବଜେଟର ଅଧା ଡିଲ୍ ହାସଲ କରିଛି । AA22xA6 ପ୍ରାୟ ୬୦୦ କୋଟି ରେ ନିର୍ମିତ ହେଉଛି । ଯାହାର ଅର୍ଥ ହେଉଛି ଓଟିଟି ଅଧିକାର ପ୍ରାୟ ୩୦୦ କୋଟି ରେ ବିକ୍ରି ହୋଇଛି ।