ବାଘର ଆତଙ୍କ ରେ ଭୟଭୀତ ଦିଗପହଣ୍ଡି ଅଞ୍ଚଳ ବାସୀ

ଦିଗପହଣ୍ଡି:୨୧/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦିଗପହଣ୍ଡିରେ ବାଘର ଆତଙ୍କ ଭୟଭୀତ ଗ୍ରାମ ବାସୀ l ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ବିଲକୁ ଚାଷ କାମ କରିବାକୁ ଯାଇଥିବା ଅନେକ ଚାଷୀ ବାଘକୁ ଦେଖିଥିବା କହିଛନ୍ତି । ଗ୍ରାମବାସୀ ବାଘକୁ ଦେଖି ଦିଗପହଣ୍ଡି ବନ ବିଭାଗଙ୍କୁ ଖବର ଦେଇଥିଲେ। ଖବର ପାଇଁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରାଞ୍ଜନ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ପହଞ୍ଚି ଖଜୁରୀପଲ୍ଲୀ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଏମ ଶ୍ୟାମ ଘନ ସହ ଆଲୋଚନା କରିବା ସହ ଯେଉଁ ସ୍ଥାନରେ ବାଘଙ୍କୁ ଲୋକେ ଦେଖିଛନ୍ତି ସେହି ଜାଗାକୁ ଯାଇ ବନ ବିଭାଗ ପହଞ୍ଚି ପାଦ ଚିହ୍ନର ଫୋଟ ଉଠାଇ ଫେରିଛନ୍ତି। ବାଘର ପାଦ ଚିହ୍ନ ଦେଖି ବନ ବିଭାଗ ତରଫରୁ ଜନ ସାଧାରଣଙ୍କୁ ସତର୍କ କରାଯିବା ସହ ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ରଖିବା କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ପଡିଲେ ଟ୍ରାପ କେମେରା ଲଗାଯିବ ବୋଲି କହିଛନ୍ତି l