
ବେଲଗୁଣ୍ଠା ୨୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ଯର ବିଭିନ୍ନ ସ୍ଥାନରେ ଗୋଚାଲାଣ ହେଉଥିବା ବେଳେ ପଶୁପ୍ରେମି ତଥା ବଜରଙ୍ଗି ଦଳ ଙ୍କ ହାତରେ ପଡୁଥିଲା । ତେବେ ଗୋ ଚାଲାଣ କୁ ରୋକିବା ନିମନ୍ତେ ସମସ୍ତେ ଏବଂ ସବୁ ସଂଗଠନ ପକ୍ଷରୁ ଅଣ୍ଟାଭିଡିଥିବା ବେଳେ ସେହିଭଳି କେଉଁଠି ନାଁ କେଉଁଠି ପୋଲିସ୍ ପକ୍ଷରୁ ଧରପଗଡ ଆରମ୍ଭ ହୋଇଜାଇଛି । ଯାହାକି ଆଜି ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ପୋଲିସ୍ ତାର ପ୍ୟାଟ୍ରୋଲିଙ୍ଗ କରୁଥିବା ସମୟରେ ହଠାତ୍ ଦୁଇଗୋଟି ପିକଅପ୍ ଭେନ୍ ରେ ସମୁଦାୟ ୧୫ ଗୋଟି ଗୋରୁ ଚାଲାଣ ହେଉଥିବା ନଜରକୁ ଆସିଥିଲା । ଦୁଇଟି ପିକଅପ୍ ଭେନ୍ କୁ ଅଟକାଇ ଜବତ କରିବା ସହ ୧୫ ଗୋଟି ଗୋରୁ ମଧ୍ୟ ଜବତ କରିଛି ବେଲଗୁଣ୍ଠା ଥାନା ପୋଲିସ୍ । ଏବଂ ଗୋରୁ ଗୁଡିକୁ ସୁରକ୍ଷିତ ରହିବା ପାଇଁ ନିକଟସ୍ଥ ଗୋଶାଳା ରେ ଛାଡିବାର ଚେଷ୍ଟା ଜାରି ରଖିଥିବା ଜଣାପଡିଛି । ଏ ସଂଙ୍କ୍ରାନ୍ତରେ ବେଲଗୁଣ୍ଠା ଥାନା ଅଧିକାରିଣି ରେବତି ଶବରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।