
କଟକ: କୋପରେଟିଭ ସୋସାଇଟିର ପୂର୍ବତନ ସମ୍ପାଦକ ଗିରଫ । ୧୩ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ବନ୍ଧା ହେଲେ ସୁଦର୍ଶନ ଖଟୁଆ । ଭଦ୍ରକ ଜିଲ୍ଲା ତିହିଡ଼ି ବାମନବିନ୍ଧା କୋପରେଟିଭ ସୋସାଇଟି ସମ୍ପାଦକ ଥିଲେ ସୁଦର୍ଶନ । ମୋଟ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କାର ଘୋଟଲା କରିଛନ୍ତି । ଅଭିଯୋଗ ପରେ ତଦନ୍ତ କରି ଗିରଫ କରିଛି ଭିଜିଲାନ୍ସ ।