
ପ୍ରଖ୍ୟାତ ସେଲିବ୍ରିଟି ଓକିଲ ସନା ରଇସ୍ ପ୍ରଯୋଜକ ଫିରୋଜ ଏ. ନାଡିଆଡୱାଲାଙ୍କ ପକ୍ଷରୁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି । ଅଭିଯୋଗ କରିଛନ୍ତି ଯେ ଏହି ଶୋ’ରେ ତାଙ୍କ ଫିଲ୍ମର ଏକ ଲୋକପ୍ରିୟ ଚରିତ୍ରକୁ ଦର୍ଶାଯାଇଛି ।ନିର୍ମାତାମାନେ ଏହି ଚରିତ୍ରକୁ ଚିତ୍ରଣ କରିବା ପାଇଁ କୌଣସି ଅନୁମତି ନେଇ ନଥିଲେ । ଯାହା ଆଇନର ଉଲ୍ଲଂଘନ । ଆସନ୍ତୁ ଜାଣିବା ଏହି ଚରିତ୍ରଟି କିଏ ଥିଲା ଏବଂ “ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ”ରେ କିଏ ଏହାକୁ ଅଭିନୟ କରିଥିଲେ ।ଏହି ସମ୍ପୂର୍ଣ୍ଣ ମାମଲା ‘ହେରା ଫେରି’ ଚଳଚ୍ଚିତ୍ରର ପ୍ରସିଦ୍ଧ ଚରିତ୍ର ବାବୁରାଓ ସହିତ ଜଡିତ । ଯାହାକୁ କିକୁ ଶାରଦା ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ରେ ଅଭିନୟ କରିଥିଲେ । ଶୋ’ର ଏକ ପ୍ରୋମୋ ସମ୍ପ୍ରତି ସେୟାର କରାଯାଇଥିଲା, ଯେଉଁଥିରେ ସେ ‘ବାବୁରାଓ’ ଚରିତ୍ରରେ ନଜର ଆସିଥିଲେ ।ଏପରି ପରିସ୍ଥିତିରେ, ସନା ରଇସ୍ ତାଙ୍କ ନୋଟିସରେ ଲେଖିଛନ୍ତି ମୋ କ୍ଲାଏଣ୍ଟଙ୍କ ଫିଲ୍ମର ପ୍ରତିଷ୍ଠିତ ଚରିତ୍ରକୁ ଅନୁମତି ବିନା ବ୍ୟବହାର କରାଯାଇଥିଲା । ଶେଷ ଏପିସୋଡରେ ଅକ୍ଷୟ ଅତିଥି ହେବେ । କପିଲ ଶର୍ମାଙ୍କ ଶୋ’ରେ ଏପର୍ଯ୍ୟନ୍ତ ଅନେକ ଅତିଥି ଆସିସାରିଛନ୍ତି ଏବଂ ଏବେ ଅକ୍ଷୟ କୁମାର ଏହାର ଶେଷ ଏପିସୋଡରେ ଦେଖିବାକୁ ଯାଉଛନ୍ତି ।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଯୋଜକ ଫିରୋଜ ନାଡିଆଡୱାଲା ନେଟଫ୍ଲିକ୍ସ ଏବଂ ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ନିର୍ମାତାଙ୍କୁ ୨୫ କୋଟି ଟଙ୍କାର ଆଇନଗତ ନୋଟିସ୍ ପଠାଇଛନ୍ତି । ତାଙ୍କର ଅଭିଯୋଗ ହେଉଛି ଯେ ଶୋ’ରେ ପରେଶ ରାୱଲଙ୍କ ବାବୁରାଓ ଚରିତ୍ର’କୁ ବିନା ଅନୁମତିରେ ବ୍ୟବହାର କରାଯାଇଛି ।ଫିରୋଜଙ୍କ କହିବା କଥା ଯେ ତାଙ୍କ ପାଖରେ ସେହି ଚରିତ୍ରର କପିରାଇଟ୍ ଅଛି ଏବଂ ଏହି ସ୍କିଟ୍ ତାଙ୍କ ଅନୁମତି ବିନା କରାଯାଇଛି । ପ୍ରଯୋଜକ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କାହାକୁ ମଧ୍ୟ ବାବୁରାଓଙ୍କ ଚରିତ୍ରର ଭୁଲ୍ ବ୍ୟବହାର କରି ଟଙ୍କା ରୋଜଗାର କରିବାର ଅଧିକାର ନାହିଁ ।କପିଲ ନିଜେ ତାଙ୍କର ସାମ୍ପ୍ରତିକ ଏପିସୋଡରେ ଏହା ପ୍ରକାଶ କରିଥିଲେ, ଯେଉଁଥିରେ ସେ ଅକ୍ଷୟଙ୍କୁ କହିଛନ୍ତି ଯେ ତୁମେ ସାଧାରଣତଃ ସବୁଠି ସମୟ ଅନୁସାରେ ଆସ, କିନ୍ତୁ ଆମ ଶୋ’ର ଶେଷ ଏପିସୋଡରେ କାହିଁକି ଡେରି କରୁଛ । ଏହି ଏପିସୋଡରେ କିକୁ ‘ବାବୁରାଓ’ ଭାବରେ ଦେଖାଯିବେ ।