ମା’ ହେବେ କ୍ୟାଟ୍ରିନା କେଫ୍, ଖୁସି ଖବରକୁ ସୋସିଆଲ ମିଡିଆରେ କଲେ ସେୟାର

ଖୁସି ଖବର ଦେଲେ କ୍ୟାଟ୍ରିନା କେଫ୍ । ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହେବାକୁ ଯାଉଛନ୍ତି । ବହୁତ ଦିନ ଧରି ଏହି ଖବର ଚର୍ଚ୍ଚାରେ ଥିବାବେଳେ ଏବେ ଅଭିନେତ୍ରୀଙ୍କ ସ୍ବାମୀ ଏହା ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ସେ ଦୁହେଁ ସୋସିଆଲ ଏକ ଫଟୋ ସେୟାର କରିଛନ୍ତି । ଯାହା ଭାଇରଲ ହେବା ପରେ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।ସେୟାର କରିଥିବା ଫଟୋରେ କ୍ୟାଟ୍ରିନା ଧଳା ସ୍ଲିଭଲେସ୍ ଡ୍ରେସରେ ନଜର ଆସିଥିଲେ । ଭିକି କୌଶଳ ତାଙ୍କ ବେବି ବମ୍ପକୁ ଧରିଥିବାର ଦେଖିବାକୁ ମିଳିଥିଲା । ଫଟୋରେ କ୍ୟାଟ୍ରିନା ଏବଂ ଭିକି ଖୁବ୍ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି । ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, ଆମ ଜୀବନରେ ବେଷ୍ଟ ଚ୍ୟାପ୍ଟର ଆରମ୍ଭ ହେବାକୁ ଯାଉଛି । ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଉଛି । ଏହାରି ମଧ୍ୟରେ ରିଆ କପୁର କ୍ୟାଟ୍ରିନା ଏବଂ ଭିକିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଯଦି ସେମାନଙ୍କ ବିବାହ ସମ୍ପର୍କରେ କୁହାଯାଏ ତେବେ ସେମାନେ ୯ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ । ଯାହା ରାଜସ୍ଥାନର ସୱାଇ ମାଧୋପୁରରେ ଅନୁଷ୍ଠିତ ହୋଇଥିଲା । କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହର ଫଟୋ ଖୁବ୍ ଚର୍ଚ୍ଚାରେ ଥିଲା । ଫ୍ୟାନ୍ସମାନେ ସେମାନଙ୍କ ଯୋଡ଼ିକୁ ପସନ୍ଦ କରନ୍ତି । ତେଣୁ ସେମାନଙ୍କୁ ଏକାଠି ଦେଖିବାକୁ ଚାହାଁନ୍ତି । ଯଦି ସେମାନଙ୍କ କାମ ସମ୍ପର୍କରେ କୁହାଯାଏ ତେବେ ସେ ଦୁହେଁ ଶେଷ ଥର ପାଇଁ ଫିଲ୍ମ “ଚାୱା” ରେ ନଜର ଆସିଥିଲେ । ଏହି ଫିଲ୍ମଟି ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା, ଯାହା ରେକର୍ଡ ସୃଷ୍ଟି କରିଥିଲା ।