ଜଗନ୍ନାଥ ପ୍ରସାଦ: ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗନ୍ନାଥ ପ୍ରସାଦ ୨୩/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଏବଂ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଧ୍ୟକ୍ଷ ଚିନଂ ବଦ୍ରିନାରାୟଣ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷିରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଯକ୍ଷ୍ମା ସୁପରଭାଇଜର ଦୁର୍ଗା ପ୍ରସାଦ ପାତ୍ର ଏବଂ ଅର୍ଚ୍ଚନା ସାହୁ ଯୋଗ ଦେଇ ଯକ୍ଷ୍ମା ରୋଗ ର କାରଣ ଓ ନିରାକରଣ ସଂପର୍କରେ ସୁବିସ୍ତୃତ ଆଲୋଚନା କରିବା ସହିତ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମ ୧୭-୯-୨୫ ଠାରୁ ଆରମ୍ଭ ହୋଇ ଆସନ୍ତା ୦୨-୧୦-୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନାରୀ ମାନଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ତେଣୁ ସମସ୍ତେ ପରୀକ୍ଷା କେନ୍ଦ୍ର କୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ନେଇ ସଚେତନତା କରିଥିଲେ।
ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପକ ବସନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମର ଲକ୍ଷ ଓ ଆଭିମୁଖ୍ୟ ପ୍ରଦାନ କରିଥିଲାବେଳେ ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ର ସମସ୍ତ ସ୍ବେଚ୍ଛାସେବିନୀ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।