
ଭୁବନେଶ୍ୱର : ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବିବୃତି । ଶୁଭମିତ୍ରାଙ୍କୁ ହତ୍ୟା କରିବା କଥା ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ । ରୀତି ଅନୁସାରେ ବିବାହ ପାଇଁ ଶୁଭମିତ୍ରା ୨୦ ଲକ୍ଷ ଦାବି କରିଥିଲେ ।ଏଥିରେ ରାଜି ନ ହୋଇ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ଦୀପକ । କେବଳ ଶୁଭମିତ୍ରା ନୁହେଁ ପ୍ରଥମ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଥିଲା ଦୀପକ । ପୂର୍ବ ପତ୍ନୀ ଅପର୍ଣ୍ଣାଙ୍କୁ ୨୦୨୨ ମସିହାରେ ହତ୍ୟା କରିଛି ଅଭିଯୁକ୍ତ ଦୀପକ ରାଉତ। ସେତେବେଳେ ସେ କହିଥିଲା ଦୁର୍ଘଟଣା ଯୋଗୁଁ ତାଙ୍କ ପତ୍ନୀ ଅପର୍ଣ୍ଣାଙ୍କ ଦେହାନ୍ତ ହୋଇଛି ।କିନ୍ତୁ ଇନସ୍ୟୁରାନ୍ସ ଟଙ୍କା ପାଇଁ ସେ ହତ୍ୟା କରିଥିଲା । ଗାଡ଼ିରେ ଥିବା ବ୍ୟକ୍ତି ସମସ୍ତେ ସୁରକ୍ଷିତ ରହିଲେ କିନ୍ତୁ କେବଳ ତାଙ୍କ ପତ୍ନୀ ମରିଗଲେ । ଯେଉଁ ଗାଡ଼ି ଚଢାଇ ଥିଲା ବୋଲି ସେ ଅଭିଯୋଗ କରିଥିଲେ। ସେହି ଗାଡ଼ି ଘଟଣା ସମୟରେ ରାଉରକେଲାରେ ଥିଲା ବୋଲି ଜଣାପଡିଛି । କିନ୍ତୁ ସେତେବେଳର ସରକାର କେମିତି ଦୁର୍ଘଟଣା ଘଟିଲା ତଦନ୍ତ ନ କରି ଚାପି ଦେଲେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖିଛନ୍ତି ।