
ମୋହନା ୨୪/୯ (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ମୋହନା ବ୍ଲକରେ ନିଖିଳ ଓଡ଼ିଶା ଜୀବିକା ମିଶନ ଶକ୍ତିର ଇସିସି ସଂଘ ମୋହନା ପକ୍ଷରୁ ବିକ୍ଷୋଭ ଓ ନାରାବାଜି କରାଯାଇଛି। ଗତ ୨୩ ବର୍ଷ ଧରି କାର୍ଯ୍ୟକାରୀ ହୋଇଥିବା ପୁନର୍ଗଠନ ବେଆଇନ ହୋଇଥିବାରୁ ପୁନର୍ଗଠନ ବନ୍ଦ କରାଯାଇ ଓ ବକେୟା ଭତ୍ତା ତୁରନ୍ତ କରାଯାଉ ଦାବିରେ ମିଶନ ଶକ୍ତି ଓ ପଞ୍ଚାୟତ ସ୍ତରୀୟ ମହିଳା ସଂଘର ସୌଭାଗ୍ୟ ପୂଜାରୀ, ସଂଯୁକ୍ତା ଲିମା, ଗୀତାଞ୍ଜଳି ବିଷୋୟୀ, ଗୌରୀ ମଳିକ, ଭାଗ୍ୟଲତା ନାୟକ, ବାସନ୍ତୀ ମନ୍ତ୍ରୀ,ମୌସୁମୀ ନାୟକଙ୍କ ନେତୃତ୍ବରେ ଶତାଧିକ ମିଶନ ଶକ୍ତି କର୍ମକର୍ତ୍ତା ବ୍ଳକରେ ବିକ୍ଷୋଭ ଓ ଧାରଣା ଦେଇଥିଲେ।ସେମାନଙ୍କର ଦାବି ମୁତାବକ ଜୀବିକା ମିଶନ ଶକ୍ତିରେ କାର୍ଯ୍ୟରତ ପରିଚାଳନା କମିଟିର ସଭାନେତ୍ରୀ ଓ ସମ୍ପାଦିକା ମାନଙ୍କୁ ପରିବର୍ତ୍ତନ ନକରି ସ୍ଥଗିତ ରଖିବା,୨୦୨୨ ଠାରୁ ସ୍ୱଳ୍ପ ମୂଲ୍ୟରେ ମାସିକ ବେତନ ପାଉଥିବା ସତ୍ତ୍ଵେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରି ଆସୁଥିବା ସତ୍ତ୍ୱେ ସେମାନଙ୍କୁ ଅଣାଦେଖା କରିବା,ସେମାନଙ୍କ ଅଗୋଚ଼ରରେ ଜୀବିକା ମିଶନ ଶକ୍ତିର ସମସ୍ତ କାର୍ଯ୍ୟକାରୀ ସଂଗଠନକୁ ପରିବର୍ତ୍ତନ କରି ନୂତନ ସଂଗଠନ ଗଠନ କରିବା,ଅକ୍କାନ୍ତ ପରିଶ୍ରମ କରି ସୁଦୃଢ଼ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଉନ୍ନତି ଓ ପ୍ରଗତି ଦିଗରେ ଆଗକୁ ବଢ଼ୁଥିବା ବେଳେ ଆମକୁ ନିରାଶ କରିବା, ଋଣ କରି ଆଣିଥିବା ଦୁଇ ଚକିଆ ସ୍କୁଟର ଯାନର ଟଙ୍କା କିଭଳି ପରିଶୋଧ କରିବୁ। ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ନିଜ ନିଷ୍ପତିରୁ ଓହରି ଚ଼ୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ସେମାନେ ଦାବି କରିଛନ୍ତି।ଏହା ବ୍ୟତୀତ ସରକାରଙ୍କ ଏଭଳି ନୀତିକୁ ବିରୋଧ କରି ଜୀବିକା ମିଶନ ଶକ୍ତି ସଂଘ ପରିଚାଳନା କମିଟିର ସଭାନେତ୍ରୀ ଓ ସମ୍ପାଦିକା ମାନେ ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ କରିଥିବା ମକଦ୍ଦମା ଜାରୀ ରହିଥିବା କହିଛନ୍ତି।ଏହାର ସଠିକ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହାର ସମସ୍ତ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ ବୋଲି ୩୯ଟି ପଞ୍ଚାୟତରେ କାର୍ଯ୍ୟରତ ୧୮ଶହରୁ ଉର୍ଦ୍ଧ୍ଵ ସିଏଲଏଫ୍, ବିଏଲଏଫ୍, ଜିପିଏଲଏଫ୍, ଡ଼ିଏଲଏଫର ସମସ୍ତ ସଭାନେତ୍ରୀ ଓ ସମ୍ପାଦିକା ମାନଙ୍କୁ ଚିରସ୍ଥାୟୀ କରାଯାଉ ଦାବି ନେଇ ସ୍ଥାନୀୟ ଗୋଷ୍ଠି ଉନ୍ନୟନ୍ନ ଅଧିକାରୀ ରାଜୀବ ଦାଶଙ୍କୁ ଏକ ସ୍କାରକ ପତ୍ର ପ୍ରଦାନ କରିଛନ୍ତି।