ଗାଈ ସହ ଅପ୍ରାକୃତ ଯୌନକ୍ରିୟା ଘଟଣାକୁ ନେଇ ଉତ୍ତେଜନା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ

ବାଲେଶ୍ୱର : ବାଲେଶ୍ୱର ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅମାନବୀୟ ଘଟଣା ଘଟିଛି । ନିଜର ହିତାହିତ ଜ୍ଞାନ ଭୁଲି ଜଣେ ଯୁବକ ଏକ ଗାଈ ସହ ଅପ୍ରାକୃତିକ ଯୌନକ୍ରିୟା କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁର୍ଶିଦାବାଦ ଅଞ୍ଚଳର ଜଣେ ରାଜ ମିସ୍ତ୍ରୀକୁ ଲୋକେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚି ଥିବା ଦେଖିବାକୁ ମିଳିଛି ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜନୈକ ବ୍ୟକ୍ତି ଜଣଙ୍କ ଏକ ଗାଈ ସହ ଅପ୍ରାକୃତିକ ଯୌନ କ୍ରିୟା କରୁଥିଲା । ଫଳରେ ଘଟଣାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି । ତେବେ ସ୍ଥାନୀୟ ଅଞ୍ଚଳରେ ନିର୍ମାଣାଧୀନ ଆପାର୍ଟମେଣ୍ଟ ରେ ୪୦ରୁ ୫୦ ଜଣ ରାଜମିସ୍ତ୍ରି ଓ ଶ୍ରମିକ କାର୍ଯ୍ୟ କରୁଛନ୍ତି । ଶ୍ରମିକମାନେ ସେଠାରେ ରହିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଏକ ଗାଈ ସହ ଅପ୍ରାକୃତିକ ଯୌନ କ୍ରିୟା କରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଲୋକେ ରୁଣ୍ଡ ହୋଇ ଯୁବକ ଜଣକୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।