ଭଞ୍ଜନଗର: ମୁଦୁଲିପଲ୍ଲୀରେ ପଣ୍ଡିତ ଦୀନଦୟାଲ ଜୟନ୍ତୀ ପାଳିତ

ଭଞ୍ଜନଗର ୨୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ମହାନ ରାଷ୍ଟ୍ରବାଦୀ, ଜନନାୟକ, ଦାର୍ଶନିକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ, ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ତଥା ଏକାତ୍ମ ମାନବ ଦର୍ଶନର ସ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ ଗୁରୁବାର ଭାଜପା କୁଲାଡ ମଣ୍ଡଳ ପକ୍ଷରୁ ମୁଦୁଲିପଲ୍ଲୀ ପଞ୍ଚାୟତ ସଭା ଗୃହରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ତାଙ୍କ ଜୀବନ ଓ ଯୋଗଦାନ ବିଷୟରେ ସ୍ମୃତି ଚାରଣ କରାଯାଇଛି।‘ଏକାତ୍ମ ମାନବ ଦର୍ଶନ’ ହେଉଛି ଆମର ମୂଳ ଆଧାର ଏବଂ ‘ଅନ୍ତୋଦୟ’ ହେଉଛି ସଂକଳ୍ପ । କ୍ଷମତା କେବଳ ଏକ ମାତ୍ର ଲକ୍ଷ୍ୟ ନୁହେଁ, ଜନସେବା ହେଉଛି ମୂଳ ଲକ୍ଷ୍ୟ । ରାଜ୍ୟ ଓ ଭଞ୍ଜନଗରରେ ବର୍ତ୍ତମାନ ଭାଜପାର ଡବଲ ଇଂଜିନ ସରକାର । ସଶକ୍ତ ଓ ସାବଲମ୍ବୀ ଓଡିଶା ସହ ଭଞ୍ଜନଗର ଗଠନ କରିବା ଆମର ପ୍ରାଥମିକତା । ଓଡିଶା ବାସୀଙ୍କ ବିପୁଳ ସମର୍ଥନ କାରଣରୁ ‘ବିକଶିତ ଓଡିଶାର ମୁଳଦୁଆ’ ପଡିସାରିଛି । ୨୦୩୬ ସୁଦ୍ଧା ଓଡିଶା ବିକଶିତ ହେବ ଏବଂ ୨୦୪୭ସୁଦ୍ଧା ବିକଶିତ ଭାରତ ଗଠନରେ ଓଡିଶା ରାଜ୍ୟ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ଉପସ୍ଥିତ ଅତିଥିଗଣ କ‌ହିଛନ୍ତି। ଏହି ଅବସରରେ ମୁଦୁଲିପଲ୍ଲୀ ଗ୍ରାମର ଗ୍ରାମଦେବତୀ ମା ଉଖୁଡେଇଙ୍କ ପୀଠରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ଯୋଜନାର ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାର ପ୍ରୟାସ ଜାରୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମାଜର ଅନ୍ତିମ ସୋପାନରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟରେ ଭାଜପା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଦଳୀୟ ନେତା ମାନେ କହିଛନ୍ତି। କାର୍ଯ୍ୟକ୍ରମରେ ଡିଆରଡିଏ ସାଂସଦ ପ୍ରତିନିଧି ଶିବଶଙ୍କର ପ୍ରଧାନ, କୁଲାଡ ମଣ୍ଡଳ ସଭାପତି ମନୋଜ କୁମାର ପ୍ରଧାନ, ପ୍ରାକ୍ତନ କୁଲାଡ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ଦାସ, ପୁର୍ବତନ ମୁଜାଗଡ ମଣ୍ଡଳ ସଭାପତି ଧୋବା ଗୌଡ଼, ଭାଜପା ନେତା ସନ୍ତୋଷ ପାଳ, ହୃଷିକେଶ ପ୍ରଧାନ, ନିତ୍ୟାନନ୍ଦ ସ୍ବାଇଁ, ଦେବୀପ୍ରସାଦ ସ୍ବାଇଁ, ପଞ୍ଚାନନ ବିଷୋୟୀ, ଅନାଥ ବିଷୋୟୀ, ଟୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।