ପ୍ରକୃତି ଛାଡୁନି ପାକିସ୍ତାନ, ହସରଙ୍ଗାକୁ ଇଙ୍ଗତ କରିଥିଲେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦ, ମୁହଁତୋଡ଼ ଜବାବ ଦେଲେ ହସରଙ୍ଗା

ନିଜ ପ୍ରକୃତି ଛାଡୁନି ପାକିସ୍ତାନ । ଭାରତ ସହିତ ଖେଳାଳିଙ୍କ ଏଭଳି ପ୍ରଦର୍ଶନ ପରେ ଏବେ ଶ୍ରୀଲଙ୍କା ଖେଳାଳିଙ୍କ ସହ ସମାନ ଘଟଣା କରିଛି ପାକିସ୍ତାନ । ପାକିସ୍ତାନ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଏସିଆ କପ୍ ସୁପର-୪ର ପ୍ରଥମ ମ୍ୟାଚ ଜିତିଛି । ଏହି ମ୍ୟାଚ ସମୟରେ ଦୁଇଟି ଯାକ ଟିମର ଖେଳାଳିଙ୍କ ସେଲିବ୍ରେସନକୁ ନେଇ ବିବାଦ ଦେଖାଦେଇଛି । ଯାହାର ଆରମ୍ଭ ପାକିସ୍ତାନୀ ବୋଲର ଅବରାର ଅହମ୍ମଦ କରିଥିବା ବେଳେ ଅନ୍ତ କରିଛନ୍ତି ଶ୍ରୀଲଙ୍କା ବୋଲର ୱାନିନ୍ଦୁ ହସରଙ୍ଗା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ଶ୍ରୀଲଙ୍କାର ବ୍ୟାଟିଂ ସମୟରେ ଅବରାର ଅହମ୍ମଦ ହସରଙ୍ଗାଙ୍କୁ ଆଉଟ୍ କରିଥିଲେ ଅବରାର ଅହମ୍ମଦ । ଏହାପରେ ହସରଙ୍ଗାଙ୍କ ଟ୍ରେଡମାର୍କ ସେଲିବ୍ରେସନ୍ କରିଥିଲେ । ଯାହା ପରେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିବା ପରେ, ହସରଙ୍ଗା ମହେଶ ତୀକ୍ଷ୍ଣାଙ୍କ ବଲରେ ଫଖର ଜମାନଙ୍କୁ ଆଉଟ୍ କରିବା ପାଇଁ ଏକ ଚମତ୍କାର ଗୋଟିଏ ହାତରେ କ୍ୟାଚ୍ ନେଇଥିଲେ । ଏହି କ୍ୟାଚ୍ ନେବା ପରେ ହସରଙ୍ଗା ଅବରାର ଅହମ୍ମଦଙ୍କ ଉତ୍ସବକୁ ନକଲ କରିଥିଲେ।ଏହାପରେ ସେ ସୈମ ଆୟୁବଙ୍କୁ ଆଉଟ୍ କରିଥିଲେ ଏବଂ ତା’ପରେ ପାକିସ୍ତାନ ଡ୍ରେସିଂ ରୁମ୍ ଆଡ଼କୁ ଚାହିଁ ଅବରାରଙ୍କ ପ୍ରସିଦ୍ଧ ସେଲିବ୍ରେସନ୍ କରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୋଇଥିଲା ।ଏହି ଏସିଆ କପରେ ପାକିସ୍ତାନର ପ୍ରଦର୍ଶନ ବହୁତ ସାଧାରଣ ରହିଛି କିନ୍ତୁ ଖେଳାଳିଙ୍କ ଏଭଳି ବ୍ୟବହାର ସମସ୍ତଙ୍କୁ କ୍ଷୁବ୍ଧ କରିଛି । ଭାରତ ବିପକ୍ଷ ସୁପର-୪ ମ୍ୟାଚରେ ପାକିସ୍ତାନୀ ଖେଳାଳିଙ୍କ ବ୍ୟବହାର ସମସ୍ତଙ୍କୁ ଖରାପ ଲାଗିଥିଲା । ଏହାପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅବରାର ଅହମ୍ମଦ ଉତ୍ସବର ନକଲ କରିବା ପାଇଁ ସମାଲୋଚନାର ଶିକାର ହୋଇଛନ୍ତି । ପାକିସ୍ତାନ ଭାରତ ବିପକ୍ଷରେ ମ୍ୟାଚ୍ ୬ ୱିକେଟରେ ହାରିଗଲା ।