
ଭୁବନେଶ୍ବର : ଗାନ୍ଧୀ ମାର୍ଗରେ ଶକ୍ତି ପ୍ରଦର୍ଶନ କଲା ମହିଳା କଂଗ୍ରେସ । ବିକ୍ଷୋଭ ବେଳେ ପୋଲିସ ସହ ମୁହାଁମୁହିଁ । ମହିଳା କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିଲା ମହିଳା କଂଗ୍ରେସ ।ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ଵାନରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତିଙ୍କ ନେତୃତ୍ୱରେ ମହିଳା କର୍ମୀମାନେ ବିଧାନସଭା ଆଡ଼କୁ ମାଡ଼ି ଯାଇଥିଲେ । ଗୋଟିଏ ବ୍ୟାରିକେଡ ଭାଙ୍ଗିବା ପରେ ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ମହିଳା କର୍ମୀ ।ପୋଲିସ ସହ ବେଶ୍ କିଛି ସମୟ ଧସ୍ତାଧସି ପରେ ସେମାନଙ୍କ ଉପରକୁ ଫୁଲ ପକାଇ ଆଗକୁ ବଢ଼ିବାକୁ ଅନୁମତି ମାଗିଥିଲେ ମହିଳା କଂଗ୍ରେସ କର୍ମୀ । ବିଧାନସଭା ଭିତରେ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରୁଥିବା ବେଳେ ବାହାରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି।ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନାରେ ରୋକ୍ ଲାଗୁ ବୋଲି ମହିଳା କଂଗ୍ରେସ ଦାବି କରିଛି । ନଚେତ ଆଜି ଟ୍ରେଲର ଥିଲା ଏବଂ ଆଗକୁ ପଲ୍ଲୀରୁ ଦିଲ୍ଲୀ ଯାଏ ପୂରା ଫିଲ୍ମ ଦେଖେଇବାକୁ ଚେତାବନୀ ଦେଇଛି ଦଳ।