ଭଞ୍ଜନଗର: ଟ୍ରକ ବାଇକ୍ ଦୁର୍ଘଟଣା ଦୁଇ ଆହତ

ଭଞ୍ଜନଗର: ୨୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅଧିନ ବଡକୋଦଣ୍ଡା ଛକ ନିକଟରେ ଆଜି ସନ୍ଧ୍ୟାରେ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ଖେତମୁଣ୍ଡଳି ପଞ୍ଚାୟତ ବିଲୁଆମାରା ଗ୍ରାମର ଶ୍ରୀକାନ୍ତ ମଲ୍ଲିକ(୨୬) ଓ ଦଣ୍ଡିପଦର ଗ୍ରାମର କାଳୀଚରଣ ପ୍ରଧାନ(୩୮)। ଉଭୟେ ଏକ ଠିକା କମ୍ପାନୀରେ କାମ କରୁଥିବା ବେଳେ ଗୁଡ଼ିପଦର ଗ୍ରାମରୁ କିଛି ଯନ୍ତ୍ରାଂଶ ସଜାଡିବାକୁ ଭଞ୍ଜନଗର ବାଇକରେ ଆସୁଥିଲେ। ଏହି ସମୟରେ ବଦକୋଦଣ୍ଡା ଛକ ଠାରେ ଏକ ମାଲବାହୀ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଉଭୟେ ବାଇକ୍ ଆରୋହୀ ଆହତ ହୋଇଥିଲେ। ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରିଛନ୍ତି। ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।