
ଭଗବାନ ଶିବଙ୍କ ଆଶୀର୍ବାଦ ନେବାକୁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ଯାହାର ଏକ ଭିଡିଓ ଏବେ ଜୋରସୋରରେ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓରେ ଅଭିନେତା ସଞ୍ଜୟ ଦତ୍ତ ଅନ୍ୟ ଭକ୍ତମାନଙ୍କ ପୂଜାରେ ବସିଥିବା ଦେଖିବାକୁ ମିଳିଛି । ଏହି ସମୟରେ ସଞ୍ଜୟ ଦତ୍ତ ଏକ ସାଧାରଣ ଟ୍ରାଡିସନାଲ୍ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ।ଯାହାପରେ ଅଭିନେତା ମହାକାଳେଶ୍ୱର ମନ୍ଦିରରେ ମହାଦେବଙ୍କ ଭସ୍ମ ଆରତୀରେ ମଧ୍ୟ ସାମିଲ ଥିଲେ । କଠିନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ । ମଧ୍ୟପ୍ରଦେଶର ଉଜ୍ଜୟିନୀର ଶିପ୍ରା ନଦୀ କୂଳରେ ଅବସ୍ଥିତ ମହାକାଳେଶ୍ୱର ମନ୍ଦିର, ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ହୋଇଥିବାରୁ ଏହାର ଧାର୍ମିକ ମହତ୍ତ୍ୱ ଅପାର ।ସଞ୍ଜୟ ଦତ୍ତ ମନ୍ଦିର ପରିଦର୍ଶନ କରି ଭଗବାନ ଶିବଙ୍କ ପାଦ ତଳେ ପ୍ରଣାମ କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସେହିଭଳି ମହାକାଳେଶ୍ୱର ମନ୍ଦିରରେ ଭସ୍ମ ଆରତୀ ସବୁଠାରୁ ପବିତ୍ର ପୂଜା ଏବଂ ଅନ୍ୟତମ । ଯାହା ପବିତ୍ର ବ୍ରହ୍ମ ମୁହୂର୍ତ୍ତରେରେ କରାଯାଏ । ମନ୍ଦିର ପରମ୍ପରା ଅନୁସାରେ, ଏହି ପୂଜା ଭୋରରୁ ବାବା ମହାକାଳଙ୍କ ଦ୍ୱାର ଖୋଲିବା ସହିତ ଆରମ୍ଭ ହୁଏ ।ତା’ପରେ କ୍ଷୀର, ଦହି, ଘିଅ, ଚିନି ଏବଂ ମହୁର ପବିତ୍ର ମିଶ୍ରଣ ପଞ୍ଚାମୃତ ସହିତ ପବିତ୍ର ଅଭିଷେକ କରାଯାଏ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସଞ୍ଜୟ ଦତ୍ତଙ୍କୁ ନିକଟରେ ବାଘୀ 4 ରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା । ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଟାଇଗର ଶ୍ରଫଙ୍କ ସହ ଦମଦାର ଆକ୍ସନ ସିକ୍ୱେନ୍ସ ପ୍ରଦର୍ଶନ କରିଥିବାର ନଜର ଆସିଥିଲେ ।ସେ ଏପର୍ଯ୍ୟନ୍ତ ୧୭୭ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । IMDb ଅନୁଯାୟୀ, ସଞ୍ଜୟ ଦତ୍ତ ଆଗାମୀ ଚଳଚ୍ଚିତ୍ର “ଥାମା”ରେ ନଜର ଆସିବେ । ସେହିଭଳି ସେ “ଧୁରନ୍ଧର” ଫିଲ୍ମରେ ରଣବୀର ସିଂଙ୍କ ସହିତ ସ୍କ୍ରିନ ସ୍ପେସ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଆଗାମୀ ଦିନରେ ସେ କକଟେଲ 2, ଧମାଲ 4, ଶେର, ରାଜା ଶିବାଜୀ ଏବଂ ହାପି ପଟେଲ ଭଳି ଫିଲ୍ମରେ ମଧ୍ୟ ନଜର ଆସିବେ ।