
ଭଞ୍ଜନଗର ୨୫/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଦୀର୍ଘ ପନ୍ଦରଦିନ ଧରି ଅର୍ଥାତ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ପୌର ପରିଷଦ ର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର ଓ ସମସ୍ତ ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ ଙ୍କ ସମେତ ସମସ୍ତ କାଉନସିଲର ଓ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ମିଶି ପ୍ରଥମେ ଭଞ୍ଜନଗର ବସଷ୍ଟାଣ୍ଡ ରୁ ସଫେଇ କାର୍ଯ୍ୟ ସାରି ତହସିଲ କାର୍ଯ୍ୟାଳୟ, ଥାନା ଦେଇ ମୁଖ୍ୟ ସଡ଼କ ହୋଇ ପୌର ପରିଷଦ ରେ ପହଞ୍ଚି ଥିଲେ।