ଭଞ୍ଜନଗର: ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

ଭଞ୍ଜନଗର ୨୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପଞ୍ଚମ ଶ୍ରେଣୀରୁ ଆରମ୍ଭ କରି ଦଶମ ପର୍ଯ୍ୟନ୍ତ ମୋଟ ୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ସହ ମେଳାର ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ କୃଷିବୈଜ୍ଞାନିକ ଡଃ. ସୂତନୁ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ ଏବଂ ସ୍ଥାନୀୟ କବି ସମ୍ରାଟ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡକ୍ଟର ଶ୍ରୀଯୁକ୍ତ ଦେବାଶିଷ ସ୍ୱାଇଁ, ଅବସର ପ୍ରାପ୍ତ ଅଧ୍ୟକ ଶ୍ରୀଯୁକ୍ତ ପୀତବାସ ପାଳ ଏଵଂ ବରିଷ୍ଠ ବିଜ୍ଞାନ ଶିକ୍ଷକ ଛାୟାକାନ୍ତ ମହାପାତ୍ର, ସ୍ଥାନୀୟ ରୋଟାରି କ୍ଳବ ସଭାପତି ଶ୍ରୀଯୁକ୍ତ ରଞ୍ଜିତ କୁମାର ବାରିକ ପ୍ରମୁଖ ଅତିଥିଗଣ କାର୍ଯ୍ୟକ୍ରମରେ ଯୋଗଦାନ କରି ମେଳା ପରିଦର୍ଶନ ଓ ମୂଲ୍ୟାୟନ କରିଥିଲେ । ପ୍ରଦର୍ଶନୀ ଶେଷରେ ସଭାର ଆୟୋଜନ କରାଯାଇଥିଲା । ଅତିଥି ଗଣ ପିଲାମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଉଦବୋଧନ ଦେଇ କୃତିପ୍ରତିଯୋଗି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।
ଉକ୍ତ ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ଅଜିତ କୁମାର ଶତପଥୀ ପୌରହିତ୍ୟ କରିଥିଲେ ଓ ବିଦ୍ୟାଳୟର ପରିଚାଳନା ସମିତ ସଭ୍ୟ ସୂର୍ଯ୍ୟନାରାୟଣ ପାତ୍ର ଅନ୍ୟତମ ଅତିଥି ରୂପେ ସଭାରେ ଉପସ୍ଥିତ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।