
ଭଞ୍ଜନଗର ୨୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଶୁକ୍ରବାର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ବରେ ଇତିହାସ ବିଭାଗ ପ୍ରାଧ୍ୟାପକ ରଙ୍କନିଧି ପ୍ରଧାନ ଓ ବିରୁପାକ୍ଷ ସାହୁ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ସମୟାନୁବର୍ତ୍ତିତା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରି ଅଧ୍ୟୟନ କରିବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ କୁ ବଜାୟ ରଖି ନିଜ ନିଜର ଅଭିଭାବକ ମାନଙ୍କ ସ୍ୱପ୍ନ ସାକାର କରିବା ସହ କଲେଜର ଗର୍ବ ଓ ଗୌରବ କୁ ବହୁଗୁଣିତ କରି ଜୀବନ କୁ ସାକାର କରିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଛାତ୍ରୀ ମନସ୍ମିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ର ରାଜେଶ କୁମାର ଦାଶ,ସମୀର ଗୌଡ ଓ ଶ୍ରୀକାନ୍ତ କୁମାର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ଜଣାଇ ଥିଲେ। ଏହି ଅବସରରେ କଲେଜ ରେ ନୂତନ ଭାବେ ଯୋଗ ଦେଇଥିବା କର୍ମଚାରୀ ପ୍ରଶାନ୍ତ କୁମାର ଗୌଡ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ଛାତ୍ରୀ ଗୀତିକା ଜାନୀ ଓ ବିରୁପାକ୍ଷ ସାହୁ ଅନ୍ତିମ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ର ରାଜେଶ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଦୁର୍ଗା ମାଧବ ଦାଶ ବେଦପାଠ କରିବା ସହ ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପବିତ୍ର, ଶ୍ରୀକାନ୍ତ, ରୁଦ୍ରନାରାୟଣ,ଭାରତୀ, ଝୁଲି, ଆକାଶ, ରାକେଶ ଓ ଅନ୍ୟ ମାନେ ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।