ଜଗନ୍ନାଥପ୍ରସାଦ: ବାଛୁରୀକୁ ମାରି ଖାଇଲା ବାଘ

ଜଗନ୍ନାଥ ପ୍ରସାଦ ୨୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ରେ ବାଘ ଆତଙ୍କ।ଗଞ୍ଜାମ ଜିଲ୍ଲା ଜଗନ୍ନଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ବିଟ ବଣୀଆପଲ୍ଲୀ ଗାଁ ନିକଟ ଜଙ୍ଗଲ ରେ ବାଘ ଆତଙ୍କ। ଆଜି ଧନୁ ଗୌଡ଼ ଗାଈ କୁଆଁରିରେ ଶତାଧିକ ଗାଈବାଛୁରୀକୁ ବାନ୍ଧି ଗୋପାଳକ ଘରକୁ ଯାଇଥିବା ବେଳେ ଜଙ୍ଗଲରୁ ଏକ ବାଘ ଆସି ବାଛୁରୀକୁ ଟାଣି ନେଇଥିଵା ଖବର ମିଳିଛି। ସ୍ଥାନୀୟ ଲୋକ ଙ୍କ ପାଟିଶୁଣି ଅଧାରେ ଏକ ଛେଳି କୁ ଛାଡି ଦୌଡ଼ି ପଳାଇଥିବା ସୂଚନା ମିଳିଛି। ବାଘ ନାଁ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ରେଞ୍ଜର ସୁଜାତା ରାଣୀ ପଣ୍ଡା ଓ ବନ କର୍ମଚାରୀ ପହଞ୍ଚି ମୃତ ବାଛୁରୀ କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ I ଅଞ୍ଚଳ ରୁ ଖବର ଆଶୁଛି ସପ୍ତାହେ ହେଲା ଅଞ୍ଚଳରେ ଜାରି ରହିଛି ବାଘ ଆତଙ୍କ। କଲରାପତରିଆ ବାଘ ସାତ ଦିନ ମଧ୍ୟରେ ୬ଟି ଛେଳି, ମେଣ୍ଢା ଓ ବାଛୁରୀ କୁ ମାରି ଖାଇଥିବା ଲୋକେ କହୁଛନ୍ତି । ଆଜି ଲଟା ବୁଦା ମୂଳେ ଏକ ଅଧାଖିଆ ବାଛୁରୀ ର ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି । ବନ ବିଭାଗ ତଦନ୍ତ ରେ ପାଦଚିହ୍ନକୁ ହେଟା ବାଘ/ ଗଧିଆ ହୋଇଥିବା ହୋଇଥିବା ସ୍ପଷ୍ଟ କରିଛନ୍ତି I