
ବାରଙ୍ଗ : ପୁରୀ କେନାଲ ରୋଡ଼ରେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଗାଡ଼ି ମାଲିକ। ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଘରୋଇ ଆମ୍ବୁଲାନ୍ସଟି ବୁର୍ଲା ମେଡିକାଲରୁ ରୋଗୀ ନେଇ ଭୁବନେଶ୍ୱର ଏମ୍ସ ଆସିଥିବା ବେଳେ ରୋଗୀ ଛାଡ଼ି ସମ୍ବଲପୁର ଫେରୁଥିଲା । ଏହି ସମୟରେ ବାରଙ୍ଗ ପୁରୀ କେନାଲ ରୋଡ଼ର ଶଣ୍ଢପୁର ଗ୍ରାମ ନିକଟରେ ଡ୍ରାଇଭର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଡ୍ରାଇଭର ଓ ମାଲିକ କୋୖଶଳ କ୍ରମେ ଗାଡି ଭିତରୁ ବାହାରକୁ ଆସିଛନ୍ତି। ଖବର ଲେଖା ହେବା ଯାଏ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।